Connect with us

ରାଜନୀତି

ରାଜକୀୟ ସନମାନ ସହିତ ଏମ କରୁଣାନିଧୀଙ୍କ ଶେଷକୃତ୍ୟ ସଂପନ୍ନ । ମେରିନା ବିଚରେ ଦିଆଗଲା ସମାଧି ।

କରୁଣାନିଧିଙ୍କ ପରଲୋକ !

କରୁଣାନିଧିଙ୍କ ଶେଷକୃତ୍ୟ ସମ୍ପନ୍ନ ।
ମେରିନା ବିଚରେ ଦିଆଗଲା ସମାଧି ।
ଚେନ୍ନାଇ,୮ା୮ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ କେ ପ୍ରମୁଖ ଏମ୍ କରୁଣାନିଧିଙ୍କ ନିଧନ ସହିତ ଦକ୍ଷିଣ ରାଜନୀତିରେ ଏକ ଯୁଗର ସମାପ୍ତି ହୋଇଛି । ବୁଧବାର ରାଷ୍ଟ୍ରୀୟ ସମ୍ମାନ ସହିତ କରୁଣାନିଧିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମରିନା ବିଚରେ ତାଙ୍କୁ କବର ଦିଆଯାଇଛି । କରୁଣାନିଧିଙ୍କ ଅନ୍ତିମ ଯାତ୍ରାରେ ଲକ୍ଷାଧିକ ସଂଖ୍ୟାରେ ସମର୍ଥକ ସାମିଲ ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର କରୁଣାନିଧି ୯୪ ବର୍ଷ ବୟସରେ ଚେନ୍ନାଇ ସ୍ଥିତ କାବେରୀ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । କରୁଣାନିଧିଙ୍କ ନିଧନରେ ତାମିଲନାଡୁ ସମେତ ପୁରା ଦେଶରେ ଶୋକର ଛାୟା ଖେଳିଯାଇଛି । ରାଜ୍ୟରେ ଗୋଟିଏ ଦିନ ସରକାରୀ ଛୁଟି ଘୋଷଣା କରାଯିବା ସହ ସାତଦିନ ଶୋକ ଘୋଷଣା କରାଯାଇଛି । କରୁଣାନିଧିଙ୍କ ପରିଜନ ମରିନା ବିଚରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଡିଏମ କେ ସୁପ୍ରିମୋଙ୍କୁ ମରିନା ବିଚରେ ତାମିଲନାଡୁର ପ୍ରଥମ ମୁଖ୍ୟମନ୍ତ୍ରୀ ଅନ୍ନା ଦୁବେଙ୍କ ପାଖରେ କବର ଦିଆଯାଇଥିଲା । ତାମିଲନାଡୁ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ସମେତ ରାଜ୍ୟ ଓ କେନ୍ଦ୍ର ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ମରିନା ବିଚରେ ଉପସ୍ଥିତ ଥିଲେ । ଅନ୍ତିମ ସଂସ୍କାର ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ଗୁଲାମ ନବି ଆଜାଦ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଟିଏମ ସି ର ଡେରେକ ଓ ବ୍ରାଏନ୍, ଓଡ଼ିଶାରୁ ଦେବୀ ପ୍ରସାଦ ମିଶ୍ର, ଶଶି ଭୂଷଣ ବେହେରା ଓ ଅନ୍ୟ ଦଳର ନେତାମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ରାଜନୀତି