Connect with us

ଓଡିଶା

ଓଡ଼ିଶା ପୋଲିସ ବାହିନୀରେ ଖାଲି ପଡ଼ିଛି ୧୧ ହଜାର ପଦବୀ l

ଓଡ଼ିଶା ପୋଲିସ ବାହିନୀରେ ଖାଲି ପଡ଼ିଛି ୧୧ ହଜାର ପଦବୀ l

ଓଡ଼ିଶା ପୋଲିସ ବାହିନୀରେ ଖାଲି ପଡ଼ିଛି ୧୧ ହଜାର ପଦବୀ
ଭୁବନେଶ୍ୱର : ଓଡ଼ିଶା ପୋଲିସ ବାହିନୀରେ କନେଷ୍ଟବଳ ଠାରୁ ଡିଜି ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟାରେ ପ୍ରାୟ ୧୧ହଜାର ପଦବୀ ଖାଲିପଡ଼ିଛି । ଏହାଛଡ଼ା ଆଉ କେତେ ପଦବୀ ଖାଲି ଅଛି ସେ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ ଚାଲିଛି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଲିଖିତ ଉତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ବିସ୍ତୃତ ବିବରଣୀରୁ ଏହା ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ ହିସାବ ଅନୁଯାୟୀ ଗତ ଅଗଷ୍ଟ ପହିଲା ସୁଦ୍ଧା ରାଜ୍ୟରେ ଆଇଜି ପାହ୍ୟାର ୪ଟି, ଡିଆଇ ପାହ୍ୟାର ୧୧ଟି, ଏସ୍ପି ପାହ୍ୟାର ୧୧ଟି, କମାଣ୍ଡାଂଟ ପାହ୍ୟାର ୧୦ଟି ଓ ଅତିରିକକ୍ତ ଏସ୍ପି ପାହ୍ୟାର ୨୩ ପଦବୀ ଖାଲି ପଡ଼ିଛି । ଡେପୁଟି କମାଣ୍ଡାଂଟ ପାହ୍ୟାରେ ୧୮ଟି ଓ ଏଏସପି ପାହ୍ୟାରେ ୧୧ଟି ପଦବୀ ଖାଲି ପଡ଼ିଥିବା ବେଳେ ଡିଏସପି ପାହ୍ୟାରେ ୧୬୪ ପଦବୀ ଖାଲି । ରାଜ୍ୟରେ ଇନ୍ସପେକ୍ଟର ପାହ୍ୟାରେ ବିଭିନ୍ନ କିସମର ୧୯୯ଟି ପଦବୀ ଖାଲି ପଡ଼ିଥିବା ବେଳେ ୭ଟି ସୁବେଦାର ମେଜର୍ ଓ ୧୧୨ଟି ସୁବେଦାର ପଦବୀ ମଧ୍ୟ ଖାଲି ।

ବ୍ରାସ୍ ବ୍ୟାଣ୍ଡ, ଷ୍ଟ୍ରିଙ୍ଗ୍ ବ୍ୟାଣ୍ଡ, ଫିଟର୍, ସିଫର୍ ଆଦିରେ ୬ଟି ଇନ୍ସପେକ୍ଟର ପାହ୍ୟାର ପଦବୀ ଖାଲି ପଡ଼ିଥିବା ବେଳେ ୩୩ଟି ସର୍ଜେଂଟ ଓ ୧୩୩୦ଟି ସବ୍ଇନ୍ସପେକ୍ଟର ପଦବୀ ମଧ୍ୟ ଖାଲି ରହିଛି ।
ଏହାଛଡ଼ା ଆଉ ବିଭିନ୍ନ କିସମର ୨୭୭ଟି ଏସ୍ଆଇ ପଦବୀ ମଧ୍ୟ ଖାଲି । ଡେପୁଟି ସୁବେଦାର ପାହ୍ୟାରେ ୨୨୨ଟି ପଦବୀ ଖାଲି ପଡ଼ିଥିବା ବେଳେ ୭୬୨ଟି ଏଏସ୍ଆଇ ପଦବୀ ମଧ୍ୟ ଖାଲି ରହିଛି । ଅନ୍ୟାନ୍ୟ କିସମର ୨୮୭ଟି ଏଏସ୍ଆଇ ପାହ୍ୟାର ପଦବୀ ମଧ୍ୟ ଖାଲି । ହାବିଲଦାର ମେଜର୍ ପାହ୍ୟାରେ ୮୦ଟି ପଦବୀ ଖାଲି ପଡ଼ିଥିବା ବେଳେ ହାବିଲଦାର୍ ପାହ୍ୟାରେ ବିଭିନ୍ନ କିସମର ୭୨୦ଟି ପଦବୀ ମଧ୍ୟ ଫାଙ୍କା ରହିଛି । ଲ୍ୟାନ୍ସ ନାଏକ ପାହ୍ୟାର ୩୮୧ଟି ପଦବୀ ଖାଲି ପଡ଼ିଥିବା ବେଳେ ୧୮୭୯ଟି ସାଧାରଣ କନେଷ୍ଟବଳ ପଦବୀ ଖାଲି ।

ଏହାଛଡ଼ା ବିଭିନ୍ନ କିସମର ୧୬୩୫ଟି ଅନ୍ୟ କନେଷ୍ଟବଳ ପଦବୀ ମଧ୍ୟ ଖାଲି ।
ସେହିପରି ୧୧୪୬ଟି ସିପାହୀ ପଦବୀ ଖାଲି ପଡ଼ିଥିବା ବେଳେ ଅନ୍ୟାନ୍ୟ କିସମର ୧୧୬ଟି ସିପାହୀ ପଦବୀ ବି ଖାଲି ଅଛି । ଏସ୍ଓଜିରେ ୮୯୭ଟି ସିପାହୀ ପଦବୀ ଖାଲି ପଡ଼ିଥିବା ବେଳେ ଓଏପିଏଫ୍ରେ ୪୭୭ଟି କନେଷ୍ଟବଳ ପଦବୀ ଖାଲି ଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି । ଅଗ୍ନିଶମ, କାରାଗାର, ଗୃହରକ୍ଷୀ ଆଦି ସଂସ୍ଥାରେ କେତେ ପଦବୀ ଖାଲିଅଛି ସେ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରାଯାଉଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରଛନ୍ତି ।

ରାଉରକେଲା ପୋଲିସ ଜିଲ୍ଲାରେ ୨ଟି ଅତିରିକ୍ତ ଏସପି , ୩ଟି ଡିଏସପି , ୨ଟି ଇନ୍ସପେକ୍ଟର, ୯୩ଟି ସବ୍ଇନ୍ସପେକ୍ଟର, ୨୭ଟି ଏଏସ୍ଆଇ, ୪୪ଟି କନେଷ୍ଟବଳ ସମେତ ମୋଟ୍ ୨୪୬ଟି ପଦବୀ ଖାଲି ପଡ଼ିଥିବା ବେଳେ ସୁନ୍ଦରଗଡ଼ ପୋଲିସ ଜିଲ୍ଲାରେ ବି ୧୩୦ଟି ପଦବୀ ଖାଲି ପଡ଼ିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ ତଥ୍ୟରେ ଉଲ୍ଲେଖ କରାଯାଇଛି ।

ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷା ସହିତ ଆଇନ୍ ଶୃଙ୍ଖଳା ରକ୍ଷା ପୋଲିସର ମୁଖ୍ୟ କାର୍ଯ୍ୟ ହୋଇଥିବା ବେଳେ ଅଗ୍ନିଶମ, କାରାଗାର ଓ ଗୃହରକ୍ଷୀ ସଂସ୍ଥାର ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟରେ ଉକ୍ରଟ ବେକାରୀ ସମସ୍ୟା ଲାଗି ରହିଥିବା ବେଳେ ଏହିସବୁ ସଂସ୍ଥାରେ ୧୪ହଜାରରୁ ଅଧିକ ପଦବୀ ଖାଲି ପଡ଼ିଥିବା ଘେନି ବିଧାୟକ ଶ୍ରୀ ରାୟ ଏକ ବିବୃତିରେ ଆଶଙ୍କା ବ୍ୟକ୍ତ କରିବା ସହିତ ତୁରନ୍ତ ଏ ସମସ୍ତ ପଦବୀ ପ୍ରତ୍ୟକ୍ଷ ନିଯୁକ୍ତି ଓ ପଦୋନ୍ନତି ଭିତିରେ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା