Connect with us

ଓଡିଶା

ଓଡ଼ିଶାର ୭ଟି ଭୌଗୋଳିକ କ୍ଷେତ୍ରରେ ସିଟି ଗ୍ୟାସ ବିତରଣ ପ୍ରକଳ୍ପର ଶିଳାନ୍ୟାସ ଆଜି

ସାଙ୍କେତିକ ଚିତ୍ର

ଓଡ଼ିଶାର ୭ଟି ଭୌଗୋଳିକ କ୍ଷେତ୍ରରେ ସିଟି ଗ୍ୟାସ ବିତରଣ ପ୍ରକଳ୍ପର ଶିଳାନ୍ୟାସ ଆଜି
ଭୁୁବନେଶ୍ୱର,୨୧ା୧୧ : ଆସନ୍ତାକାଲି ୬୩ ଟି ଭୌଗଳିକ କ୍ଷେତ୍ରରେ ସିଟି ଗ୍ୟାସ ବିତରଣ ପ୍ରକଳ୍ପର ଶିଳାନ୍ୟାସ ଓ ବିଡିଂ ପର୍ଯ୍ୟାୟର ଶୁଭାରମ୍ଭ ହେବ । ଏଥିମଧ୍ୟରେ ଓଡ଼ିଶାର ୭ଟି ଭୌଗୋଳିକ କ୍ଷେତ୍ର ରହିଛି । ଓଡ଼ିଶାର ଏହି ସାତଟି ପ୍ରକଳ୍ପ ହେଲା – ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା, ଯାଜପୁର ଏବଂ କେନ୍ଦୁଝର, ଅନୁଗୁଳ ଏବଂ ଢେଙ୍କାନାଳ,ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ,ବରଗଡ଼, ଦେବଗଡ଼ ଏବଂ ସମ୍ବଲପୁର, ଗଞ୍ଜାମ, ନୟାଗଡ଼ ଏବଂ ପୁରୀ ଓ ଜଗତିସଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ।

ଗୁରୁବାର ଅପରାହ୍ଣ ୪ଟା ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଲାଇଭ ଭିଡିଓ ଷ୍ଟ୍ରିମିଂ ଜରିଆରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସିଟି ଗ୍ୟାସ ବିତରଣ ପ୍ରକଳ୍ପସମୂହର ଭିତିପ୍ରସ୍ତର ସ୍ଥାପନ କରିବେ । ଏହି ଅବସରରେ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି, ଭୂବିଜ୍ଞାନ ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ସମ୍ମାନାସ୍ପଦ ବ୍ୟକ୍ତିବିଶେଷ ଯୋଗ ଦେବେ । ଏହି ପ୍ରକଳ୍ପ ମାଧ୍ୟମରେ ସହରଗୁଡ଼ିକରେ ପ୍ରଦୂଷଣ ହ୍ରାସ କରିବା ଲାଗି ପାଇପ ଲାଇନ ଜରିଆରେ ଗ୍ୟାସ ସଂଯୋଗକୁ ୨୮ ଲକ୍ଷରୁ ୧ କୋଟିକୁ ବୃଦ୍ଧି କରାଯିବ । ୨୭ ମାର୍ଚ୍ଚ ୨୦୧୫ରେ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ଉର୍ଜା ସଂଗମ ୨୦୧୫ ଏଭଳି କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ରଖିଛି ।

ଓଡ଼ିଶାରେ ଥିବା ଭୌଗଳିକ କ୍ଷେତ୍ର ମଧ୍ୟରୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବରଗଡ଼, ଦେବଗଡ଼, ସମ୍ବଲପୁର ଜିଲ୍ଲାର କାର୍ଯ୍ୟ ଭାରତ ଗ୍ୟାସ ରିସୋର୍ସେସ ଲିମିଟେଡକୁ ଦିଆଯାଇଛି । ସମାନ ଭାବେ ଆଦାନୀ ଗ୍ୟାସ ଲିମିଟେଡ ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରେ ୨୦ଟି ସିଏନଜି ଷ୍ଟେସନ ଏବଂ ୧,୫୦,୪୬୪ ଘରୋଇ ସଂଯୋଗ କାର୍ଯ୍ୟ ହାସଲ କରିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଞ୍ଜାମ, ନୟାଗଡ଼ ଏବଂ ପୁରୀ ଜିଲ୍ଲାରେ ଗେଲକୁ କାର୍ଯ୍ୟ ପ୍ରଦାନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା