Connect with us
ମା ଦୁର୍ଗା ବରମୁଣ୍ଡା ପୂଜା ମଣ୍ଡପରେ ….
ମା ଦୁର୍ଗା ପୁନାମା ଗେଟ ପୂଜା ମଣ୍ଡପରେ ….
ରାଧା କୃଷ୍ଣ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ଯମେଶ୍ୱର ପାଟଣା, ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ବଢେଇବାଙ୍କ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ …

ଓଡିଶା

ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ପ୍ରୟାସ ସ୍ୱାଗତଯୋଗ୍ୟ: ନିରଞ୍ଜନ

ସାଙ୍କେତିକ ଚିତ୍ର

ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ପ୍ରୟାସ ସ୍ୱାଗତଯୋଗ୍ୟ
୧୯ ବର୍ଷ ହେଲା ନବୀନ ବାବୁ କେଉଁଠି ଥିଲେ: ନିରଞ୍ଜନ
ଭୁବନେଶ୍ୱର :-ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ନିମନ୍ତେ ନିଆଯାଉଥିବା ପଦକ୍ଷେପକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଏହାଦ୍ୱାରା ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ସହିତ ଏହା ଉପରେ ଅଧିକ ଗବେଷଣା ସମ୍ଭବ ହୋଇପାରିବ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ୧୯ ବର୍ଷ ଶାସନକାଳ ମଧ୍ୟରେ ଏ ଦିଗରେ କ’ଣ କରୁଥିଲେ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଭିତିପ୍ରସ୍ତର ସ୍ଥାପନ କରିବା ଘଟଣାକୁ ନିରଞ୍ଜନ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ନିର୍ବାଚନ ପାଖେଇ ଆସୁଥିବାବେଳେ ନବୀନ ବାବୁ ଏଭଳି କରି ଓଡ଼ିଆ ଜନସାଧାରଣଙ୍କ ନିକଟତର ହେବା ଉଦ୍ୟମ କରୁଛନ୍ତି । ଅଥଚ ଜଣେ ଓଡ଼ିଆ ହୋଇ ମଧ୍ୟ ନବୀନ ବାବୁ ତାଙ୍କ ୧୯ ବର୍ଷର ମୁଖ୍ୟମନ୍ତ୍ରିତ୍ୱ ସମୟରେ ଓଡ଼ିଆ ଭାଷା କହିପାରିଲେ ନାହିଁ । ଯେଉଁଠି କଦବା କେମିତି ଅଧା ଭଙ୍ଗା ଓଡ଼ିଆ କହୁଛନ୍ତି ତାହା ଇଂରାଜୀ ଅକ୍ଷରରେ ଲେଖାଯାଉଛି ଏବଂ ତାହାକୁ ନବୀନ ବାବୁ ପଢୁଛନ୍ତି । ଜଣେ ଓଡ଼ିଆ ହୋଇ ମଧ୍ୟ ନିଜ ମାତୃଭାଷା ନଜାଣିଥିବା ମୁଖ୍ୟମନ୍ତ୍ରୀ ଏହାର କିଭଳି ବିକାଶ କରିପାରିବେ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।

ଏକ ବିବୃତିରେ ସେ କହିଛନ୍ତି ଯେ ଓଡ଼ିଆ ଭାଷା ଆମ ରାଜ୍ୟର ସରକାରୀ ଭାଷା ହୋଇଥିବାବେଳେ ଝାଡଖଣ୍ଡରେ ଦ୍ୱିତୀୟ ସରକାରୀ ଭାଷାର ମାନ୍ୟତା ଲାଭ କରିଛି । ସମଗ୍ର ବିଶ୍ୱରେ ପ୍ରାୟ ୫.୫ କୋଟି ଲୋକ ଓଡ଼ିଆ ଭାଷା ବ୍ୟବହାର କରୁଛନ୍ତି । ଭାରତରେ ଷଷ୍ଠ ଭାଷା ଭାବେ ଏହା ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି । ତେଣୁ ଆମ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର, ବିକାଶ ନିମନ୍ତେ ସରକାରୀ ସ୍ତରରେ ଯଥେଷ୍ଟ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଥିବାବେଳେ ବିଜେଡି ସରକାର ସେଥିରେ ଚରମ ଅବହେଳା କରିଛନ୍ତି । ତେଣୁ କେବଳ ଲୋକଦେଖାଣିଆ ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଦେଇ ଦାୟିତ୍ୱ ଶେଷକଲେ ଚଳିବ ନାହିଁ । ତାହାକୁ କେତେଦୂର ଆନ୍ତରିକତାର ସହିତ କାର୍ଯ୍ୟକାରୀ କରାଯିବ, ଦେଖିବାକୁ ବାକି ରହିଲା ବୋଲି ପିସିସି ସଭାପତି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା