Connect with us

ବାଣିଜ୍ୟ

ଓଡେଶୀ ସିଟି କାର୍ଡର ଶୁଭାରମ୍ଭ

ସାଙ୍କେତିକ ଚିତ୍ର

ଓଡେଶୀ ସିଟି କାର୍ଡର ଶୁଭାରମ୍ଭ
ଭୁବନେଶ୍ୱର,୫ା୧୦ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟ ସଚିବାଳୟ ଠାରେ ଭୁବନେଶ୍ୱରବାସୀଙ୍କ ପାଇଁ କ୍ୟାସଲେସ୍ ପେମେଂଟ ବ୍ୟବସ୍ଥା ସ୍ୱରୂପ ଦି ଓଡେଶୀ ସିଟି କାର୍ଡର ଶୁଭାରମ୍ଭ କରଛନ୍ତି । ବିଏମସି , ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଏବଂ ଆଇସିଆଇସିଆଇ ବ୍ୟାଙ୍କ୍ ର ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ କରାଯାଇଥିବା ଏହି କାର୍ଡ ଦ୍ୱାରା ରାଜଧାନୀବାସୀ ଭୁବନେଶ୍ୱରର ଯେକୌଣସି ସ୍ଥାନରେ କିଣାକିଣି , ସିଟି ବସ୍ , ପାର୍କିଂ ଆଦିରେ ପେମେଂଟ କରିପାରିବେ । ଉନ୍ନୟନ କମିଶନର ଆର ବାଲକ୍ରିଷ୍ଣନ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମେ ଏହି କାର୍ଡ ପ୍ରଦାନ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କାର୍ଡ ଭୁବନେଶ୍ୱର ହେରିଟେଜ୍ ସିଟିରୁ ମଡର୍ଣ୍ଣ ଅର୍ବାନ୍ ସହରରେ ପରିଣତ ହେବ ଏବଂ ଟେକ୍ନୋଲୋଜି ଦ୍ୱାରା ସ୍ମାର୍ଟ ସିଟିରେ ପରିଣତ ହେବାକୁ ଦର୍ଶାଉଛି । ଏହି ପଦକ୍ଷେପ ଆସନ୍ତା ପୁରୁଷ ହକି ୱାଲର୍ଡ କପ୍ ସମୟରେ ଭୁବନେଶ୍ୱରକୁ ଶ୍ରେଷ୍ଠ କ୍ରୀଡା ସହର ଭାବେ ପ୍ରତିଷ୍ଠିତ କରାଇବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମାଇ ଓଡେଶୀ ସେଂଟରର ଶୁଭାରମ୍ଭ କରିଥିଲେ । ମୋଟ ୩୨୫ଟି ସେଂଟର ଖୋଲିବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୫ଟି ସେଂଟର ଆରମ୍ଭ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ବାଣିଜ୍ୟ