Connect with us

ଓଡିଶା

ଓଡିଶାର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ : କଂଗ୍ରେସ

ଓଡିଶାର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ : କଂଗ୍ରେସ

ଓଡିଶାର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ : କଂଗ୍ରେସ
ଭୁୁବନେଶ୍ୱର :- ଆଜି ଓଡିଶାର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । କିନ୍ତୁ ଓଡିଶାର ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶର ସ୍ୱପ୍ନ ଦେଖେଇ ଚାଲିଛନ୍ତି । ଦୀର୍ଘ ୧୮ ବର୍ଷର ନିରବଚ୍ଛିନ୍ନ ଶାସନରେ ରହିଲା ପରେ ମଧ୍ୟ ଓଡିଶାର ପ୍ରାଥମିକ, ମାଧ୍ୟମିକ ଏବଂ ହାଇସ୍କୁଲ ଶିକ୍ଷା ବ୍ୟବସ୍ଥା ଆଜି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ।

୧୪ ସେପ୍ଟେମ୍ବର ୨୦୧୭ ରେ ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତର ଦେବାବେଳେ ଗଣଶିକ୍ଷା ମନ୍ତ୍ରୀ ନିଜେ ଗୃହରେ ପ୍ରକାଶ କରିଛନ୍ତି ରାଜ୍ୟରେ ୨୨୦୦ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ମାତ୍ର ଶ୍ରେଣୀଗୃହ ରହିଛି ଏବଂ ୧୭,୦୦୦ ସ୍କୁଲରେ ଦୁଇଟି ଶ୍ରେଣୀଗୃହ ରହିଛି । ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଶିକ୍ଷାଦାନ ବ୍ୟବସ୍ଥା ରହିଥାଏ । ଏହି ତିନୋଟି ଶ୍ରେଣୀ ପାଇଁ ତିନୋଟି ଶ୍ରେଣୀଗୃହର ଆବଶ୍ୟକତା ଅପରିହାର୍ଯ୍ୟ । କିନ୍ତୁ ଆଶ୍ଚର୍ଯ୍ୟର କଥା କିଭଳି ଭାବରେ ଗୋଟିଏ ଶ୍ରେଣୀଗୃହରେ ଜଣେ ଶିକ୍ଷକ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀର ଛାତ୍ରମାନଙ୍କୁ ବସାଇ ଶିକ୍ଷାଦାନ କରନ୍ତି ଏବଂ ଛାତ୍ରମାନେ କିଭଳି ଏବଂ କେଉଁ ଶ୍ରେଣୀର ପାଠ୍ୟକ୍ରମର ଶିକ୍ଷା ଗ୍ରହଣ କରନ୍ତି? ମୁଖ୍ୟମନ୍ତ୍ରୀ ଏହାର ଉତର ଦେବା ଆଗ୍ରହ ପ୍ରକାଶ କରିବେ କି? ବୋଲି କଂଗ୍ରେସ ପ୍ରଶ୍ନ କରିଛି ।
ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ସ୍କୁଲମାନଙ୍କରେ ଅବସ୍ଥା ଅତି ସଂଗୀନ । ଏଭଳି ପରିସ୍ଥିତିରେ ଏ ରାଜ୍ୟର ମାନବ ସମ୍ବଳ କିଭଳି ବିକାଶ ଘଟିବ ଏହା ଏକ ବଡ ପ୍ରଶ୍ନବାଚୀ । ଏଭଳି ପରିସ୍ଥିତି ଜାରି ରହିଲେ ଏ ରାଜ୍ୟର ଦାରିଦ୍ର୍ୟତା କମିବା ପରିବର୍ତେ ଅତ୍ୟଧିକ ମାତ୍ରାରେ ବଢି ଚାଲିବ । ମାନବ ସମ୍ବଳ ଏକ ରାଜ୍ୟର ବିକାଶର ମୂଳ ଚାବି । କିନ୍ତୁ ଓଡିଶାର ମୁଖ୍ୟମନ୍ତ୍ରୀ ‘ମେକ୍ ଇନ୍ ଓଡିଶା’ର ଡିଣ୍ଡିମ ପିଟୁଥିବା ବେଳେ ଓଡିଶାବାସୀଙ୍କୁ ରାଜ୍ୟର ଏକ ଗୋଲାପୀ ଚିତ୍ର ଦେଖାଉଥିଲା ବେଳେ ପ୍ରକୃତ ତଥ୍ୟ ଅଲଗା କିଛି । ରାଜ୍ୟର ଆସନ୍ତା ପୀଢି ଶିକ୍ଷିତ ହୁଅନ୍ତୁ, ପ୍ରଜ୍ଞାବନ୍ତ ହୁଅନ୍ତୁ, ଏହା ଓଡିଶାର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାର ଚାହାନ୍ତି ନାହିଁ । ମହାବିଦ୍ୟାଳୟ ଏବଂ ଯୁକ୍ତ ଦୁଇ ଜୁନିୟର କଲେଜମାନଙ୍କରେ ବହୁ ଶିକ୍ଷକ ପଦବୀ ଖାଲି ପଡିଛି । ଶିକ୍ଷିତ ବେକାର ଯୁବକ ରାସ୍ତାରେ ବୁଲୁଛି ।
ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଅତି କ୍ଷୋଭର ସହିତ ଶିକ୍ଷା ବ୍ୟବସ୍ଥାର ଏହି ଅଭାବନୀୟ ପରିସ୍ଥିତିକୁ ସରକାରଙ୍କର ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ପ୍ରକାଶ କରିଛନ୍ତି । ଶ୍ରୀ ପଟ୍ଟନାୟକ କଂଗ୍ରେସ ସରକାର ସମୟରେ ପ୍ରାଥମିକ ସ୍ତରରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ପ୍ରଦାନ କରାଯାଉଥିଲା । ଫଳରେ ଛାତ୍ରଛାତ୍ରୀମାନେ ସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ଛଡା ଅନ୍ୟତ୍ର ପାଠ ପଢିବା ପାଇଁ ଇଚ୍ଛା କରୁନଥିଲେ । କଂଗ୍ରେସ ଦଳ ଶିକ୍ଷା ବ୍ୟବସ୍ଥାର ଏହି ସ୍ଥାଣୁତାକୁ ଘୋର ନିନ୍ଦା କରିବା ସହିତ ଆଗାମୀ ଦିନରେ ଶିକ୍ଷା ବ୍ୟବସ୍ଥାକୁ କିଭଳି ମୁଖ୍ୟସ୍ରୋତକୁ ଅଣାଯାଇ ପାରିବ, ତା’ର ଏକ ପୂର୍ଣ୍ଣାଙ୍ଗ ଖସଡା ପ୍ରସ୍ତୁତ କରିବ ।
ଏହି ପ୍ରସଙ୍ଗକୁ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ସରକାରଙ୍କର ଏହି ଉଦାସୀନତାକୁ ଦୃଢ ନିନ୍ଦା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା