Connect with us

ଅପରାଧ

ଓଆରଏଚଡିସି ଦୁର୍ନୀତି ,୨ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ।

ଓଆରଏଚଡିସି ଦୁର୍ନୀତି ,୨ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ।
କଟକ,୮ା୮ : ବହୁ ଚର୍ଚ୍ଚିତ ଓଆରଏଚଡିସି ଦୁର୍ନୀତି ମାମଲାରେ ଅଭିଯୁକ୍ତ ପ୍ରଦୀପ ରାଉତ ଏବଂ ଚିତ୍ତ ମଲ୍ଲିକଙ୍କୁ ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବୁଧବାର ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଉଭୟ ବୁଧବାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଉଭୟ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଫଳରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଉଭୟଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଦେଇଥିଲେ । ଏହାପୂର୍ବରୁ ଏହି ମାମଲାରେ ଆଇଏସ୍ ବିନୋଦ କୁମାର ଦୋଷୀ ସାବ୍ୟସ୍ତ ହୋଇଥିଲେ । କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ବିନୋଦଙ୍କ ସମେତ ଅନ୍ୟ ୪ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ହାଇକୋର୍ଟ ସମସ୍ତଙ୍କ ଆବେଦନକୁ ଖାରଜ କରିଦେଇଥିଲେ ଓ ଅଗଷ୍ଟ ୪ରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ତକ୍ରାଳୀନ ଆକାଉଣ୍ଟାଣ୍ଟ ପ୍ରଦୀପ ରାଉତ ଏବଂ ଚିତ୍ତରଞ୍ଜନ ମଲ୍ଲିକ ଆତ୍ମସମର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ, ୨୦୦୦ ମସିହାରେ ଓଆରଏଚଡିସି ୫୫ଲକ୍ଷ ଟଙ୍କାର ଅନିୟମିତତା ହୋଇଥିଲା । ଏହି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ଓଆରଏଚଡିସି ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର, ତତ୍କାଳୀନ ସହକାରୀ ପ୍ରବନ୍ଧକ ସଞ୍ଜୟ ମହାନ୍ତି, ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ, ଆକାଉଣ୍ଟାଣ୍ଟ ପ୍ରଦୀପ ରାଉତ, ଚିତ୍ତରଞ୍ଜନ ମଲ୍ଲିକ ଏବଂ ଆଶିଷ ନାୟକ ପ୍ରଭୃତିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ