Connect with us

ଦେଶ

ଏଲ୍‌ପିଜି , ସିଏନ୍‌ଜି ଓ ବିମାନ ଇନ୍ଧନ (ଏଟିଏଫ୍‌)ର ଦର ବୃଦ୍ଧି

ସାଙ୍କେତିକ ଚିତ୍ର

ନୂଆଦିଲ୍ଲୀ : ‌ସରକାରଙ୍କ ଅଧୀନରେ ଥିବା କମ୍ପାନିଗୁଡ଼ିକ ଆଜି ଏଲ୍‌ପିଜି , ସିଏନ୍‌ଜି ଓ ବିମାନ ଇନ୍ଧନ (ଏଟିଏଫ୍‌)ର ଦର ବୃଦ୍ଧି କରିଛନ୍ତି । ଅଣସବ୍‌ସିଡି ଏଲ୍‌ପିଜି ଦର ସିଲିଣ୍ଡର ପିଛା ୫୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ସବ୍‌ସିଡି ଏଲ୍‌ପିଜି ଦର ୨ ଟଙ୍କା ୮୯ ପଇସା ବୃଦ୍ଧି ଘଟିଛି । ଫଳରେ ଦିଲ୍ଲୀରେ ସବ୍‌ସିଡି ଏଲ୍‌ପିଜି ଦର ସିଲିଣ୍ଡର ପିଛା ୫୦୨ ଟଙ୍କା ୪୦ ପଇସା ହୋଇଛି ।

ସେପ୍ଟେମ୍ବରରେ କମ୍ପାନିଗୁଡ଼ିକ ଏଲ୍‌ପିଜିରେ ସିଲିଣ୍ଡର ପିଛା ୩୨୦ ଟଙ୍କା ୪୯ ପଇସା ସବ୍‌ସିଡି ପ୍ରଦାନ କରୁଥିବା ବେଳେ ଅକ୍ଟୋବରରେ ଏହି ରାଶି ୩୭୬ ଟଙ୍କା ୬୦ ପଇସାକୁ ବୃଦ୍ଧି ପାଇବ । କମ୍ପାନି ଗୁଡ଼ିକ ସିଏନ୍‌ଜି ଏବଂ ବିମାନ ଇନ୍ଧନ (ଏଟିଏଫ୍‌) ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟାଇଛନ୍ତି । ଦିଲ୍ଲୀରେ ସିଏନଜି ଦର କିଲୋ ପିଛା ୧ ଟଙ୍କା ୭୦ ପଇସା ବୃଦ୍ଧି ପାଇଥିବା ବେଳେ ବିମାନ ଇନ୍ଧନ ମୂଲ୍ୟ ଦିଲ୍ଲୀରେ କିଲୋଲିଟର ( ହଜାରେ ଲିଟର) ପିଛା ୨୬୫୦ ଟଙ୍କା ବୃଦ୍ଧି ପାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ