Connect with us

ଦେଶ

ଏନକାଉଣ୍ଟରରେ ୭ଜଣ ଆତଙ୍କୀ ନିହତ l

ଏନକାଉଣ୍ଟରରେ ୭ଜଣ ଆତଙ୍କୀ ନିହତ l

ଏନକାଉଣ୍ଟରରେ ୭ଜଣ ଆତଙ୍କୀ ନିହତ
ଜାମ୍ମୁ,୧୩ା୯ : ଜାମ୍ମୁ-କାଶ୍ମୀରରେ ଦୁଇଟଇ ପୃଥକ ଅଭିଯାନରେ ବାରମୁଲ୍ଲା ଏବଂ ଜାମ୍ମୁରେ ୭ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି । ସେହିପରି ଏହି ଏନକାଉଣ୍ଟରରେ ୧୨ ଯବାନ ଆହତ ହୋଇଥିବା ଜଣାପଡିଛି । ଉତ୍ତର କାଶ୍ମୀର ବାରମୁଲ୍ଲା ଜିଲ୍ଲା ଅନ୍ତର୍ଗତ ସୋପର ଅଞ୍ଚଳର ଟେକିପୋରା ଶେଖପୋରା ଅଞ୍ଚଳରେ ଏକ ଅଭିଯାନରେ ଜୈସେ-ଇ ମହମ୍ମଦର ୨ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି ।

ସେହିପରି ଜାମ୍ମୁ ଜିଲ୍ଲାର ଝଜର୍କୋଟଲୀ ଅଞ୍ଚଳରେ ଅନ୍ୟଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି । ବାରମୁଲ୍ଲା ଜିଲ୍ଲାରେ ମୃତ୍ୟୁ ଘଟିଥିବା ୨ଜଣ ଆତଙ୍କବାଦୀଙ୍କର ପରିଚୟ ମିଳିଛି । ପୋଲିସ ବିଭାଗର ଜଣେ ମୁଖପାତ୍ର କହିଛନ୍ତି ଯେ, ସେମାନଙ୍କ ମଧ୍ୟରୁ ଜଣେ ହେଉଛି ଅଲୀ ଅତହର ଏବଂ ଅନ୍ୟଜଣେ ଜିଆ-ଉର-ରେହମାନ । ଅଲୀ ଜୈସେ-ଇ ମହମ୍ମଦର ଜଣେ ଗୁରୁତ୍ୱପୂର୍ଣ୍ଣ କମାଣ୍ଡର ଏବଂ ସୋପର ଆଇଇଡି ବିସ୍ଫୋରଣ ମାମଲାର ମାଷ୍ଟର ମାଇଣ୍ଡ । ଯେଉଁଥିରେ ୪ଜଣ ପୋଲିସ କର୍ମୀ ସହିଦ ହୋଇଥିଲେ ।

ନିରାପତ୍ତା ସୂତ୍ରରୁ ମିଳିଥିବା ଖବର ଅନୁସାରେ ଆରାମ୍ପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବାର ଜଣାପଡିବା ପରେ ସମଗ୍ର ଅଞ୍ଚଳକୁ ଘେରାଓ କରାଯାଇଥିଲା । ଗତ ରାତିରେ କିଛି ସମୟ ପାଇଁ ଗୁଳି ବିନିମୟ ଚାଲିଥିଲା । ପରେ ପୋଲିସ ସମଗ୍ର ଅଞ୍ଚଳରୁ ସାଧାରଣ ଲୋକମାନଙ୍କୁ ଖାଲି କରିଦେଇଥିଲେ । ଏହାପରେ ଆତଙ୍କବାଦୀ ଓ ଯବାନମାନଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା । ସଂଘର୍ଷରେ ସେହି ଦୁଇଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି । ସୋପୋର ଓ ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍ ସେବା ଉପରେ କଟକଣା ଜାରି କରାଯାଇଛି ।

ଅନ୍ୟପକ୍ଷରେ ଜାମ୍ମୁ ଜିଲ୍ଲାର ଝଜର୍କୋଟଲୀ ଅଞ୍ଚଳରେ ଆତଙ୍କବାଦୀ ଓ ନିରାପତ୍ତା ବାହିନୀ ମଧ୍ୟରେ ଆଉ ଏକ ସଂଘର୍ଷରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି । ସେହି ଅଞ୍ଚଳକୁ ଘେରାଓ କରାଯାଇ ଗତକାଲିଠାରୁ ଖୋଜାଖୋଜି ଜାରି ରହିଥିଲା । ତେବେ ଗୁରୁବାର ସକାଳୁ ଗୁଳି ବିନିମୟ ସମୟରେ ଆତଙ୍କବାଦୀର ମୃତ୍ୟୁ ଘଟିଛି । ତେବେ ଏହି ଘଟଣା ପରେ ବୈଷ୍ଣୋଦେବୀ ପୀଠ ଓ କଟ୍ରା ଅଞ୍ଚଳରେ ସତର୍କତା ଜାରି କରାଯାଇଛି ଓ ଆଖପାଖ ଅଞ୍ଚଳର ସ୍କୁଲ ଗୁଡିକୁ ବନ୍ଦ କରି ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ