Connect with us

ଦେଶ

ଏଣିକି ଏଟିଏମରୁ ଦିନକୁ ୨୦ ହଜାର

ସାଙ୍କେତିକ ଚିତ୍ର

ଏସବିଆଇର ନୂଆ ନିୟମ
ଏଣିକି ଏଟିଏମରୁ ଦିନକୁ ୨୦ ହଜାର
ନୂଆଦିଲ୍ଲୀ,୧ା୧୦ : ଆଗକୁ ପାର୍ବଣର ଋତୁ ଆସୁଥିବା ବେଳେ ଏପଟେ ଏସବିଆଇ ବଡ ଝଟକା ଦେଇଛି । ଏଟିଏମରୁ ଟଙ୍କା ଉଠାଣ ଉପରେ ପ୍ରତିବନ୍ଧକ ଲଗାଇଛି । ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ତଥା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମରୁ ଦିନକୁ କେତେ ଟଙ୍କା ଉଠାଇ ପାରିବେ ସେ ନେଇ ଘୋଷଣା କରାଯାଇଛି । ଯାହାକି ଚଳିତ ମାସ ଶେଷ ତଥା ଅକ୍ଟୋବର ୩୧ରୁ ହିଁ ଲାଗୁହେବାକୁ ଯାଉଛି ।

ସୂଚନା ଅନୁସାରେ, ୩୧ ଅକ୍ଟୋବରରୁ ବ୍ୟାଙ୍କ ଗ୍ରାହକମାନେ ଦିନକୁ ୨୦ ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ । ତେବେ ବର୍ତ୍ତମାନ ଏହି ସୀମା ୪୦ ହଜାର ଟଙ୍କା ରହିଛି । ଏସବିଆଇ ଶାଖାଗୁଡିକୁ ପଠାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ଏଟିଏମ୍ ଟ୍ରାନ୍ଜାକ୍ସନକୁ ନେଇ ଘଟୁଥିବା ବିଭିନ୍ନ ମାମଲାକୁ ଭିତ୍ତିକରି ଏବଂ ଡିଜିଟାଲ-କ୍ୟାସଲେସ୍ ଟ୍ରାନଜାକ୍ସନକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ଟଙ୍କା ଉଠାଇବାର ସୀମାକୁ ହ୍ରାସ କରିବାକୁ ବ୍ୟାଙ୍କରୁ ନିଷ୍ପତ୍ତି ନିଆଯାଇଛି । ଉଭୟ କ୍ଲାସିକ୍ ଏବଂ ମେଟ୍ରୋ ପ୍ଲାର୍ଟଫର୍ମରେ ଜାରି କରାଯାଇଥିବା ଡେବିଟ କାର୍ଡରୁ ମଧ୍ୟ ଟଙ୍କା ଉଠାଣ ସୀମାକୁ ହ୍ରାସ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ