Connect with us

ଓଡିଶା

ଏକ ତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ଅଣ୍ଟା ଭିଡିଛନ୍ତି ନବୀନ ପଟ୍ଟନାୟକ

ସାଙ୍କେତିକ ଚିତ୍ର

ଏକ ତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ଅଣ୍ଟା ଭିଡିଛନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ୱର,୬ା୧୨ ସାଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ବିଜେଡି ସୁପ୍ରିମୋ ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡି ଚିଠି ଲେଖିଛନ୍ତି । ବିଲ୍ ପାରିତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ନବୀନ ପଟ୍ଟନାୟକ । ଦେଶ ଓ ସମାଜ ଗଠନରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମହିଳାମାନେ ସଶକ୍ତ ହେଲେ ଦେଶ ସଶକ୍ତ ହେବ । ବିକାଶ ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହେବ । ଲୋକ ସଂଖଞାର ଅଧା ହେଉଛନ୍ତି ମହିଳା । ତେଣୁ ବିକାଶ ଦିଗରେ ତଥା ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବାରେ ତାଙ୍କର ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ । ଆମ ସମ୍ବିଧାନ ଲିଙ୍ଗଗତ ମତଭେଦକୁ ଦୂର କରିବା ପାଇଁ ଗୁରୁତ୍ୱ ଦେଉଛି । ଏଥିପାଇଁ ଆମେ ଅଧିକ ସଚେତନ ହେବା ଜରୁରୀ । ଅନ୍ୟପଟେ ମହିଳାମାନେ ସଶକ୍ତ ନହେଲେ ପରିବାର, ସମାଜ ଓ ରାଜ୍ୟର ଅଗ୍ରଗତି ହୋଇପାରିବ ନାହିଁ । ଏହି ଉଦ୍ୟମରେ ମୁଖ୍ୟମନ୍ତ୍ରୀ ମାନଙ୍କର ସହଯୋଗ ନିହାତି ଜରୁରୀ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀମାନେ ସହଯୋଗ କଲେ ମହିଳା ସଶକ୍ତିକରଣ ପାଇଁ ଏକ ନୂତନ ଦିଗ ଦେଖାଇବ ବୋଲି ମଧ୍ୟ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏହାସହ ସେ ପତ୍ରରେ ଲେଖିଛନ୍ତି ଯେ, ୧୯୯୦ରେ ବିଜୁ ପଟ୍ଟନାୟକ ସାରା ଦେଶରେ ମହିଳାଙ୍କ ପାଇଁ ବିଭିନ୍ନ ପଞ୍ଚାୟତ, ପୌର ପରିଷଦ ସମେତ ସରକାରୀ ଚାକିରିରେ ୩୩ ପ୍ରତିଶତ ସଂରକ୍ଷଣ ଆରମ୍ଭ କରିଥିଲେ । ଆଉ ତାଙ୍କର ଏହି ପଦକ୍ଷେପ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରିଥିଲା । ଏହି ସଫଳତାକୁ ଦୃଷ୍ଟିରେ ରଖି ୨୦୧୧ରେ ବିଜେଡି ସରକାର ମହିଳାଙ୍କ ପଞ୍ଚାୟତ ଓ ପୌର ପରିଷଦର ସ୍ଥାନ ସଂରକ୍ଷଣକୁ ୫୦ ପ୍ରତିଶତ ବୃଦ୍ଧ କରିଥିଲା । ତେଣୁ ଏହି ଉଦ୍ୟମ ଜାରି ରହିବା ଆବଶ୍ୟକ । ଏହି ବିଲ୍ ପାଇଁ ନବୀନ ପଟ୍ଟନାୟକ ବିଧାନସଭାର ଶୀତକାଳୀନ ଅଧିବେଶନରେ ସଂକଳ୍ପ ଆଣିଥିଲେ । ସଂକଳ୍ପକୁ ସାକାର ତଥା ଜୋରଦାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହଯୋଗ ଲୋଡିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମହିଳା ବିଲ୍ ପାସ ପାଇଁ ସମର୍ଥନ ଉଦ୍ୟମ ଆରମ୍ଭ କରିଛି ବିଜେଡି । ଏନେଇ ଏକ କମିଟି ଗଠନ କରିଛି ବିଜେଡି । ଏହି କମିଟିରେ ବିଜେଡିର ବିଧାୟକ, ସାଂସଦ ଓ ମନ୍ତ୍ରୀ ରହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା