Connect with us

ଓଡିଶା

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

 ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ
ଗୋପବନ୍ଧୁ ଥିଲେ ଓଡ଼ିଶାରେ ନବଜାଗରଣର ସାର୍ଥକ ସୂତ୍ରଧର : ମନ୍ତ୍ରୀ ପ୍ରତାପ ଜେନା
ଭୁବନେଶ୍ୱର :- ସ୍ୱାଧୀନତା ସଂଗ୍ରାମ, ଶିକ୍ଷାପ୍ରସାର, ସମାଜସେବା, ସାମ୍ବାଦିକତା ଏବଂ ଭାଷା-ସାହିତ୍ୟ କ୍ଷେତ୍ରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଥିଲେ ଅନନ୍ୟ । ଓଡ଼ିଶାରେ ନବଜାଗରଣର ସାର୍ଥକ ସୂତ୍ରଧର ଭାବରେ ଗୋପବନ୍ଧୁ ଚିରସ୍ମରଣୀୟ ରହିବେ ବୋଲି ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ତଥା ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ମତପ୍ରକାଶ କରିଛନ୍ତି ।
ସୂଚନା ଓ ଲୋକସଂପର୍କ ବିଭାଗ ଅ।ନୁକୂଲ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଥିଲେ ଓଡ଼ିଶାରେ ସ୍ୱାଧୀନତା ଅ।ନ୍ଦୋଳନର ଅନ୍ୟତମ ଭଗୀରଥ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଅ।ନ୍ଦୋଳନ ଓ ଭାଷା ଅ।ନ୍ଦୋଳନରେ ତାଙ୍କ ଭୂମିକା ଅତୁଳନୀୟ ଥିଲା । ସତ୍ୟବାଦୀରେ ବନବିଦ୍ୟାଳୟ ପ୍ରତିଷ୍ଠାରେ ଶିକ୍ଷା ପ୍ରସାର ନିମନ୍ତେ ତାଙ୍କ ଅବଦାନ ସର୍ବଭାରତୀୟ ସ୍ତରରେ ଦୃଷ୍ଟାନ୍ତମୂଳକ ଥିଲା । ମୁଖ୍ୟମନ୍ତ୍ରୀ ଗୋପବନ୍ଧୁଙ୍କ ସାଧନାପୀଠ ସତ୍ୟବାଦୀରେ ଓଡ଼ିଅ। ବିଶ୍ୱବିଦ୍ୟାଳୟ ଭିତିପ୍ରସ୍ତର ସ୍ଥାପନ କରି ଅ।ଜି ଓଡ଼ିଶାବାସୀଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ବୋଲି ଶ୍ରୀ ଜେନା କହିଥିଲେ ।
ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଗୋପବନ୍ଧୁଙ୍କୁ ଜଣେ ମହାଭାରତୀୟ ଓ ମାନବବାଦୀ ଭାବରେ ଅଭିହିତ କରି ତାଙ୍କ ଓ ଅ।ଦର୍ଶର ପଟାନ୍ତର ନାହିଁ ବୋଲି ଉଲ୍ଲେଖ କରିଥିବାବେଳେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ ଐତିହାସିକ ତଥା ଶିକ୍ଷାବିତ୍ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ଓଡ଼ିଅ। ଜାତିର ଇତିହାସରେ ଗୋପବନ୍ଧୁଙ୍କ ଜୀବଦ୍ଦଶା ଏକ ମହିମାନ୍ୱିତ ଅଧ୍ୟାୟ ବୋଲି ପ୍ରକାଶ କରିଥିଲେ । ପ୍ରଫେସର ପଟ୍ଟନାୟକ କହିଲେ ଯେ ଗୋପବନ୍ଧୁ ଥିଲେ ଅ।ଦର୍ଶବାଦର ମୂର୍ତିମନ୍ତ ପ୍ରତୀକ । ମାତୃଭୂମିର ସଂସ୍କୃତି ଥିଲା ତାଙ୍କର ଅ।ଦର୍ଶ । ସେ ଓ ତାଙ୍କ ସହଯୋଗୀମାନଙ୍କ ରଚନାକୁ ପାଥେୟ କରି ଓଡ଼ିଅ। ସାହିତ୍ୟରେ ସତ୍ୟବାଦୀ ଯୁଗ ପ୍ରତିଷ୍ଠିତ ହେଲା ବୋଲି ସେ କହିଥିଲେ ।
ଏହି ଅବସରରେ ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପରସ୍କାର ପ୍ରଦାନ କରାଯାଇଥିଲା । ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ ଧନ୍ୟବାଦ କରିଥିବାବେଳେ ସୂଚନା ଅଧିକାରୀ ଶ୍ରୀମତୀ ଦୀପ୍ତିମୟୀ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
“ସୁର୍ ଭାଇବ୍ରେସନ୍’ ଅନୁଷ୍ଠାନର କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ପ୍ରଦୀପ ଦାସ, ରୀତୁପର୍ଣ୍ଣା ମହାରଣା, ସନ୍ତୋଷ କୁମାର
ପରିଡ଼ା, ଜୟଶ୍ରୀ ଧଳ ଓ ହୃଦାନନ୍ଦ ପ୍ରଧାନଙ୍କ ଦ୍ୱାରା ଭଜନ ଏବଂ ଗୋପବନ୍ଧୁଙ୍କ ରଚିତ “ମିଶୁ ମୋର ଦେହ…’
ପରିବେଷଣ କରାଯାଇଥିଲା ।
ଏହା ପୂର୍ବରୁ ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଛକସ୍ଥିତ ଉତ୍କଳମଣିଙ୍କ ପ୍ରତିମୂର୍ତିରେ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଂଜନ ସେଠୀ ଓ ଉପନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକିଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବୃନ୍ଦ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା