Connect with us

Uncategorized

ଇସ୍ତଫା ଦେଲେ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ

ସାଙ୍କେତିକ

ଇସ୍ତଫା ଦେଲେ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ
ଭୁବନେଶ୍ୱର,୧୧ ଏପ୍ରିଲ – କଂଗ୍ରେସ ଛାଡିଲେ ମୁଖପାତ୍ର ସୋନାଲି ସାହୁ । ସୋନାଲି ଖୋର୍ଦ୍ଧା ବିଧାନସଭା ପାଇଁ ଟିକେଟ ଆଶାୟୀ ଥିବା ବେଳେ ତାଙ୍କୁ ଟିକେଟ ନମିଳିବାରୁ ସେ ଅସନ୍ତୁଷ୍ଟ ଥିଲେ । ଏହା ହିଁସେ କଂଗ୍ରେସ ଛାଡ଼ିଥିବାର କାରଣ ବୋଲି ଜଣାପଡିଛି ।
ସୋନାଲି ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଦଳୀୟ ନେତୃତ୍ୱର ନିଷ୍କ୍ରିୟତାକୁ ଦାୟୀ କରି ସେ ଦଳ ଛାଡୁଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ୍ ୯ ତାରିଖରେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ । ସେ ମଧ୍ୟ ଟିକେଟ୍ ନମିଳିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in Uncategorized