Connect with us

ଦେଶ

ଆଶାର ମୁବାରକରେ ଯୋଗଦେଲେ ପ୍ରଧାନମନ୍ତ୍ରୀ l

ଆଶାର ମୁବାରକରେ ଯୋଗଦେଲେ ପ୍ରଧାନମନ୍ତ୍ରୀ l

ଆଶାର ମୁବାରକରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
ଭାରତୀୟ ସମାଜ ଏବଂ ପରମ୍ପରା ଭିନ୍ନ ଓ ସ୍ୱତନ୍ତ୍ର : ମୋଦି
ନୂଆଦିଲ୍ଲୀ,୧୪ା୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଇନ୍ଦୋରଠାରେ ଇମାମ ହୁସେନଙ୍କ ଆତ୍ମବଳୀ ସ୍ମୃତି ଉତ୍ସବ, ଆଶରା ମୁବାରକରେ ଦାଉଦି ବୋହରା ସମ୍ପ୍ରଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି । ଇମାମ ହୁସେନଙ୍କ ବଳିଦାନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଇମାମ ସର୍ବଦା ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋନଳ କରୁଥିଲେ ଏବଂ ଶାନ୍ତି ଓ ନ୍ୟାୟ ବଜାୟ ରଖିବା ପାଇଁ ସହିଦ ହୋଇଥିଲେ ।

ସେ କହିଥିଲେ ଯେ, ଇମାମଙ୍କ ଶିକ୍ଷା ଆଜିବି ପ୍ରାସଙ୍ଗିକ ରହିଛି । ସେହିପରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସମସ୍ତଙ୍କୁ ନେଇ ଚଳିବାର ସଂସ୍କୃତି ଯୋଗୁ ଭାରତ ଅନ୍ୟ ଦେଶଠାରୁ ଭିନ୍ନ । ଏହି କାର୍ଯ୍ୟକ୍ରମରେ ବୋହରା ସମୁଦାୟର ୫୩ତମ ଧର୍ମଗୁରୁ ମଧ୍ୟ ଉପସ୍ଥିତ ଥିଲେ । ବୋହରା ସମ୍ପ୍ରଦାୟ ଆୟୋଜିତ ପ୍ରବଚନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଯୋଗ ଦେବା ଭାରତର ରାଜନୈତିକ ଇତିହାସରେ ପ୍ରଥମ । ଗୁଜରାଟ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ମଧ୍ୟ ଏହି ସମୁଦାୟ ମୋଦିଙ୍କ ସମର୍ଥନରେ ରହିଛି । ଆଉ କିଛି ମାସ ମଧ୍ୟରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଇନ୍ଦୋରର ୪ ନମ୍ବର ଆସନରେ ବୋହରା ସମୁଦାୟର ୪୦ ହଜାର ଭୋଟ ରହିଛି । ସେହିପରି ୨ ଓ ୩ ନମ୍ବର ଆସନରେ ମଧ୍ୟ ୧୦ରୁ ୧୫ ହଜାର ଭୋଟ ଏହି ସମୁଦାୟର ରହିଛି ।

ସମଗ୍ର ଦେଶରେ ୨୦ଲକ୍ଷରୁ ଊଦ୍ଧ୍ୱର୍ ବୋହରା ସମୁଦାୟର ନାଗରିକ ରହିଛନ୍ତି । ଦେଶର ମୁସଲିମ ମୁଖ୍ୟତଃ ସିୟା ଓ ସୁନ୍ନି ଜାତିରେ ବାଣ୍ଟି ହୋଇ ରହିଛନ୍ତି । ବୋହରା ଉଭୟ ସିୟା ଓ ସୁନ୍ନି ମଧ୍ୟରେ ରହିଛନ୍ତି । ସୁନ୍ନି ବୋହରା ହନଫି ଇସଲାମିକ ଆଇନକୁ ପାଳନ କରିଥାନ୍ତି, ଦାଉଦୀ ବୋହରା ମାନ୍ୟତା ମଧ୍ୟରେ ସିୟାଙ୍କ ୨୧ଜଣ ଇମାମ ମାନିଥାନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ