Connect with us

ବିଦେଶ

ଆଲୋଚନା ରଦ୍ଦ ହେବାରୁ ମୋଦିଙ୍କ ଉପରେ ବର୍ଷିଲେ ଇମ୍ରାନ l

ଆଲୋଚନା ରଦ୍ଦ ହେବାରୁ ମୋଦିଙ୍କ ଉପରେ ବର୍ଷିଲେ ଇମ୍ରାନ l

ଆଲୋଚନା ରଦ୍ଦ ହେବାରୁ ମୋଦିଙ୍କ ଉପରେ ବର୍ଷିଲେ ଇମ୍ରାନ
ଇସଲାମାବାଦ,୨୨ା୯ : ନ୍ୟୁୟର୍କରେ ସଂଯୁକ୍ତ ରାଷ୍ଟ୍ର ମହାସଭାର ବୈଠକ ସମୟରେ ବୈଦେଶିକ ମନ୍ତ୍ରିସ୍ତରୀୟ ପ୍ରସ୍ତାବିତ ଆଲୋଚନା ରଦ୍ଦ କରାଯିବା ପରେ ଚିହିଙ୍କି ଉଠିଛି ପାକିସ୍ତାନ । ପାକିସ୍ତାନର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ପର୍ଯ୍ୟାୟକ୍ରମେ ବୟାନବାଜି କରୁଛନ୍ତି । ଭାରତର ପ୍ରତିକ୍ରିୟାରେ କ୍ରୋଧିତ ଇମ୍ରାନ ଟ୍ୱିଟରରେ ନିଜର କ୍ରୋଧ ଜାହିର କରିଛନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବିନା ନାମ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଇମ୍ରାନ ଟ୍ୱିଟ୍ କରିଛନ୍ତି ଯେ, ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ଆରମ୍ଭ କରିବା ପାଇଁ ମୁଁ ପ୍ରସ୍ତାବ ଦେଇଥିଲି । ମାତ୍ର ଭାରତର ଅହଙ୍କାରୀ ଓ ନକରାତ୍ମକ ଜବାବରେ ମୁଁ ବହୁତ ନିରାଶ । ମୁଁ ନିଜର ପୂରା ଜୀବନରେ ଏମିତି ଛୋଟ ଲୋକଙ୍କୁ ଭେଟିଛି ଯେଉଁମାନେ ବଡ ଦପ୍ତରରେ ଉଚ୍ଚ ପଦରେ ବସିଛନ୍ତି, ମାତ୍ର ସେମାନଙ୍କ ପାଖରେ ଭବିଷ୍ୟତ ଦେଖିବା ପାଇଁ ଦୂରଦର୍ଶୀ ବିଚାରର ଅଭାବ ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନ ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଶାନ୍ତି ପ୍ରତିଷ୍ଠା ଏବଂ ସଂଯୁକ୍ତ ରାଷ୍ଟ୍ରର ମହାସଭା ପୂର୍ବରୁ ବୈଦେଶିକ ମନ୍ତ୍ରିସ୍ତରୀୟ ଆଲୋଚନାର ପ୍ରସ୍ତାବ ଦେଇଥିଲେ । ଭାରତ ମଧ୍ୟ ଇମ୍ରାନଙ୍କ ଅନୁରୋଧ ସ୍ୱୀକାର କରି ନ୍ୟୁୟର୍କରେ ସଂଯୁକ୍ତ ରାଷ୍ଟ୍ରର ମହାସଭା ପୂର୍ବରୁ ମନ୍ତ୍ରିସ୍ତରୀୟ ଆଲୋଚନା ପାଇଁ ସହମତି ପ୍ରକାଶ କରିଥିଲା । ମାତ୍ର ଜାମ୍ମୁ-କାଶ୍ମୀରରେ ବିଏସ୍ଏଫ୍ ଯବାନଙ୍କ ବର୍ବର ହତ୍ୟାର ପ୍ରତିବାଦ ସ୍ୱରୂପ ଭାରତ ପାକିସ୍ତାନ ସହ ମନ୍ତ୍ରିସ୍ତରୀୟ ଆଲୋଚନା ରଦ୍ଦ କରିଥିଲା ।

ସୂଚନାଥାଉ କି, ଇମ୍ରାନ ଖାନ ନିଜ ପତ୍ରରେ ପାକିସ୍ତାନ ଆତଙ୍କବାଦ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଉଲ୍ଲେଖ କରିଥିଲେ । ସେ ପତ୍ରରେ ଲେଖିଥିଲେ ଯେ, କାରବାର, ଜନତା ଜନତାଙ୍କ ସମ୍ପର୍କ, ଧାର୍ମିକ ଯାତ୍ରା ଓ ମାନବତା କିଛି ଏମିତି ପ୍ରସଙ୍ଗରେ ପାକିସ୍ତାନ ଆଲୋଚନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଟେ ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ