Connect with us

ବିଦେଶ

ଆଲିସନ ଓ ହୋଞ୍ଜାଙ୍କୁ ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ

ସାଙ୍କେତିକ ଚିତ୍ର

ଆଲିସନ ଓ ହୋଞ୍ଜାଙ୍କୁ ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ
ଷ୍ଟକହୋମ,୧ା୧୦ : ଆମେରିକୀୟ ଗବେଷକ ଜେମ୍ସ ଆଲିସନ ଓ ଜାପାନୀ ଗବେଷକ ତାସୁକୁ ହୋଞ୍ଜୋ ଚଳିତ ବର୍ଷ ପାଇଁ ଚିକିତ୍ସା ବିଜ୍ଞାନ ବା ମେଡିସିନ ନୋବେଲ ବିଜେତା ଘୋଷିତ ହୋଇଛନ୍ତି । କର୍କଟ ରୋଗର ଚିକିତ୍ସା ପାଇଁ ଶରୀରର ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ଦିଗରେ ଉଲ୍ଲେଖନୀୟ ଗବେଷଣା ପାଇଁ ସେମାନଙ୍କୁ ଏହି ସମ୍ମାନଜନକ ପୁରସ୍କାର ପାଇବା ପାଇଁ ବଛାଯାଇଛି । ପୁରସ୍କାର ବାବଦରେ ଉଭୟଙ୍କୁ ମୋଟ ୯ ନିୟୁତ ସ୍ୱିସ୍ କ୍ରାଉନ ବା ୧ ନିୟୁତ ଆମେରିକୀୟ ଡଲାର ପାଇବେ । ପ୍ରସିଦ୍ଧ ବୈଜ୍ଞାନିକ, ବ୍ୟବସାୟୀ ତଥା ଡିନାମାଇଟର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ଇଚ୍ଛାପତ୍ର ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ବିଜ୍ଞାନ, ସାହିତ୍ୟ ଓ ବିଶ୍ୱ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ । ପ୍ରଥମେ ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ଘୋଷଣା କରାଯାଏ । ତେବେ ଯୌନ କେଳେଙ୍କାରୀ ପାଇଁ ଏବର୍ଷ ସାହିତ୍ୟ ନୋବେଲ ପୁରସ୍କାର କାହାରିକୁ ଦିଆଯିବନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ