Connect with us

ଓଡିଶା

ଆମ ଗାଁ ଆମ ବିକାଶ

ସାଙ୍କେତିକ ଚିତ୍ର

ଆମ ଗାଁ ଆମ ବିକାଶ
୧୩୩ ପଞ୍ଚାୟତ ପାଇଁ ୩୫.୯୩ କୋଟି ମଞ୍ଜୁର
ଭୁବନେଶ୍ୱର,୯ା୧୧: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ୫ଟି ବ୍ଲକ ପାଇଁ ୩୫.୯୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକଗୁଡ଼ିକ ହେଲା ନବରଙ୍ଗପୁର ଜିଲ୍ଲାର ରାଇଘର, ଯାଜପୁର ଜିଲ୍ଲାର ଦଶରଥପୁର, ବାଲେଶ୍ୱର ଜିଲ୍ଲାର ବାଲିଆପାଳ, କଟକ ଜିଲ୍ଲାର ଟାଙ୍ଗୀଚୌଦ୍ୱାର ଓ ଜଗତସିଂହପୁର ଜିଲ୍ଲାର ବିରିଡ଼ି ବ୍ଲକ ।

ଆଜି ମୁଖ୍ୟମନ୍ତ୍ରୀ ରାଇଘର ବ୍ଲକର ୨୬ଟି ପଂଚାୟତ ପାଇଁ ୭.୯୦୮ କୋଟି ଟଙ୍କାରେ ୩୪୯ଟି ପ୍ରକଳ୍ପ, ଦଶରଥପୁର ବ୍ଲକର ୩୫ଟି ପଂଚାୟତ ପାଇଁ ୧୦.୫୦ କୋଟି ଟଙ୍କାରେ ୪୮୦ଟି ପ୍ରକଳ୍ପ, ବାଲିଆପାଳ ବ୍ଲକର ୨୭ଟି ପଂଚାୟତ ପାଇଁ ୭.୨୯ କୋଟି ଟଙ୍କାରେ ୩୦୫ଟି ପ୍ରକଳ୍ପ, ଟାଙ୍ଗୀଚୌଦ୍ୱାର ବ୍ଲକର ୨୪ଟି ପଂଚାୟତ ପାଇଁ ୫.୭୩ କୋଟି ଟଙ୍କାରେ ୩୫୦ଟି ପ୍ରକଳ୍ପ ଓ ବିରିଡ଼ି ବ୍ଲକର ୨୧ଟି ପଂଚାୟତ ପାଇଁ ୪.୫୦ କୋଟି ଟଙ୍କାରେ ୨୩୮ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାଳୟ ରାଜ୍ୟର ୨୪୧ଟି ବ୍ଲକର ୫୨୭୬ଟି ଗ୍ରାମ ପଂଚାୟତର ଜନସାଧାରଣଙ୍କ ସହିତ ଆଲୋଚନା ମାଧ୍ୟମରେ ୪୮,୭୩୩ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ପାଇଁ ୧୨୦୧.୦୪ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ସୂଚନାଯୋଗ୍ୟ ଯେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ମଞ୍ଜୁର କରୁଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୁହିକ କାର୍ଯ୍ୟନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି । ସୂଚନାଯୋଗ୍ୟ ଯେ ଆଜରି ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମରେ ପ୍ରାୟ ଦେଢ଼ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଂଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା