Connect with us

ଦେଶ

“ଆମକୁ ଜଣା ନଥିଲାକି ଆମେ ଆଉ ଉକ୍ତ ଡ଼ିଲର ପକ୍ଷ ନାହୁଁ -HAL

ସାଙ୍କେତିକ ଚିତ୍ର

ରାଫେଲ ଚୁକ୍ତିକୁନେଇ ତୁମ୍ବି ତୋଫାନ ଚାଲିଥିବାବେଳେ “ହାଲ” (HAL) ର ଚେୟାରମ୍ୟାନଙ୍କ ଟିପ୍ପଣୀ ସରକାରଙ୍କୁ ଖୁବ ଅଡୁଆରେ ପକାଇଛି । ହିନ୍ଦୁସ୍ତାନ ଏରୋନେଟିକସ ଲିମିଟେଡ଼ HAL ର ଚେୟାରମ୍ୟାନ ଆର ମାଧବନ କହିଛନ୍ତିଯେ “ଆମକୁ ଜଣା ନଥିଲାକି ଆମେ ଆଉ ଉକ୍ତ ଡ଼ିଲର ପକ୍ଷ ନାହୁଁ ଆମେ ଯେ ହେତୁ ଆଉ ଆମେ ପକ୍ଷନାହୁଁ ତେଣୁ ଆମେ ଆଉ ଏହା ଉପରେ କୌଣସି ଟିପ୍ପଣୀ ଦେବୁନାହିଁ । ଏଠାରେ ଉଲ୍ଲେଖଯୋଗ୍ୟଯେ ,ବିପକ୍ଷ ହାଲ କୁ ନେଇ ସରକାରଙ୍କ ଉପରେ ଜୋରରେ ଆକ୍ରମଣ କରୁଛି । ହାଲର ଏହି ଟିପ୍ପଣୀ ସରକାରଙ୍କୁ ବେଶ ଅଡୁଆରେ ପକାଇବ ।

କଂଗ୍ରେସ ତରଫରୁ ଜାରି ଏକ ଭିଡିଓ କ୍ଲିପିରେ ଦର୍ଶା ଯାଇଛି ଯେ ରାଫେଲ ନିର୍ମାଣକାରୀ କମ୍ପାନୀ ଦାସଲଟ ଓ ୟୁପିଏ ସରକାର ସମୟରେ ଯେଉଁ ଚୁକ୍ତି ହୋଇଥିଲା ସେଥିରେ HAL ସମ୍ପୃକ୍ତ ଥିଲା କିନ୍ତୁ NDA ସରକାର ଯେଉଁ ପୁନଃ ଚୁକ୍ତି କରିଛନ୍ତି ସେଥିରେ HAL କୁ ବାଦ ଦିଆଯାଇଛି । ଏବଂ ଦାସଲଟର ସିଇଓ ହାଲର ସମ୍ପୃକ୍ତି କୁ ଦର୍ଶାଇଛନ୍ତି । HAL ସରକାରୀ ସଂସ୍ଥା ହୋଇଥିବା ବେଳେ ଅମ୍ବାନିଙ୍କ ସଂସ୍ଥା ବେସରକାରୀ ଅଟେ । କିନ୍ତୁ ସରକାରଙ୍କ କହିବାକଥା ଦାସଲଟ ଓ ଅନିଲ ଅମ୍ବାନିଙ୍କ କମ୍ପାନୀ ମଧ୍ୟରେ ହୋଇଥିବା ଚୁକ୍ତି ରେ ସରକାରଙ୍କ ସହିତ କୌଣସି ସମ୍ପର୍କ ନାହିଁ । ଅପରପକ୍ଷରେ ଅନିଲ ଅମ୍ବାନିଙ୍କ ପ୍ରଧାନମନ୍ତ୍ରୀଙ୍କ ସହିତ ଫ୍ରାଂସ ଗସ୍ତକୁ ନେଇ ବିପକ୍ଷ ଆକ୍ରମଣ ଜାରି ରଖିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ନୀରବତା ବିରୋଧୀଙ୍କୁ ସୁଯୋଗଦେଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ