Connect with us

ଓଡିଶା

ଆତ୍ମସମର୍ପିତ ମାଓବାଦୀଙ୍କ କାଳିଆ ଦର୍ଶନ :- ବନ୍ଧୁକ ଛାଡ଼ି ଜନତାଙ୍କ ବନ୍ଧୁ ହେଲୁ !

ସାଙ୍କେତିକ ଚିତ୍ର

ଆତ୍ମସମର୍ପିତ ମାଓବାଦୀଙ୍କ କାଳିଆ ଦର୍ଶନ :- ବନ୍ଧୁକ ଛାଡ଼ି ଜନତାଙ୍କ ବନ୍ଧୁ ହେଲୁ !
ପୁରୀ ୧୪।୧୨: ସମାଜର ମୁଖ୍ୟ ଶ୍ରୋତକୁ ଫେରିଥିବା ୩୦ ମାଓବାଦୀ ଶୁକ୍ରବାର ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । କାଲି ଯେଉଁମାନେ ରାତି ରାତି ଜଙ୍ଗଲରେ ବୁଲି ହିଂସାକୁ ନିଜର ପଥ ଭାବେ ବାଛିଥିଲେ, ସାଧାରଣ ମଣିଷକୁ ଶିକାର ବୋଲି ଭାବୁଥିଲେ, ପୋଲିସକୁ ଜୀବନର ଶତ୍ରୁ ବୋଲି ଧରି ନେଇଥିଲେ ସେହି ଆଦିବାସୀ ମାଓବାଦୀ ଆତ୍ମ ସମର୍ପଣ କରି ସମାଜର ମୁଖ୍ୟ ସ୍ରୋତକୁ ଫେରିଲାପରେ କାଳିଆ ସାଆନ୍ତଙ୍କ ଡୋରିରେ ଭିଡ଼ିହୋଇ ଧର୍ମର ପଥ ବାଛିଛନ୍ତି ।

୧୬ଜଣ ଯୁବକ ଓ ୧୪ଜଣ ଯୁବତୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରକୁ ଅପରାହ୍ନରେ କଡ଼ା ସୁରକ୍ଷା ମଧ୍ୟରେ ଯାଇ ସିଂହଦ୍ୱାରରେ ପହଞ୍ଚିଥିଲେ। ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରି ନିଜର ଭବିଷ୍ୟତ ସମାଜର ମଙ୍ଗଳ ନିମନ୍ତେ ବ୍ୟତୀତ କରିବେ ବୋଲି ଶପଥ ନେବା ସହ ସମାଜର ମୁଖ୍ୟସ୍ରୋତରେ ନିଜକୁ ସାମିଲ କରିଛନ୍ତି । ସେମାନଙ୍କର ଆଚରଣ ଓ ଉଚ୍ଚାରଣ ବଦଳିଛି ବୋଲି ମତ ଦେଇଥିଲେ । ଘଂଚ ଜଙ୍ଗଲ ଛାଡ଼ି ସହରକୁ ଦେଖିବା ଫଳରେ ସେମାନେ ଖୁସିରେ ଆତ୍ମବିଭୋର ହୋଇପଡ଼ିଥିଲେ ।

ମାଲକାନଗିରି ଏସପି ଜଗମୋହନ ମିନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ବୋଲି ପ୍ରକାଶ କରିଥିଲେ । ଜିଲା ପୋଲିସ ବିଭାଗର କର୍ମଚାରୀମାନେ ଏମାନଙ୍କୁ ମନ୍ଦିର ଭିତରକୁ ନେଇ ଦର୍ଶନ କରାଇଥିଲେ । ପରେ ମହାପ୍ରସାଦ ସେବନ କରି ପୁରୀ ବେଳାଭୂମିକୁ ଯାଇ ସେଠାରୁ ଭୁବନେଶ୍ୱର ଫେରିଯାଇଥିଲେ ।

ଏଠାରେ ସୂଚନାଯୋଗ୍ୟଯେ ,ଆତ୍ମସମର୍ପିତ ମାଓବାଦୀମାନେ ବାହାର ଦୁନିଆକୁ ଆସିବା ପରେ ଟିଭି ଓ ଖବର କାଗଜ ପଢ଼ି ହକି ବିଶ୍ୱକପ ସମ୍ପର୍କରେ ଜାଣିଥିଲେ । ପରେ ସେମାନେ ହକି ଦେଖିବା ପାଇଁ କଳିଙ୍ଗ ଷ୍ଟାଡିୟମ୍ ଆସିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହକିର ମଜା ନେଇଥିଲେ । ପରେ ପରେ ନନ୍ଦନକାନନ ବୁଲିଥିଲେ । ଆଜି ପୁରୀ ଆସିବା ପୂର୍ବରୁ କୋଣାର୍କର କାରୁକାର୍ଯ୍ୟ ଦେଖି ବିମୋହିତ ହୋଇଥିଲେ । ବନ୍ଧୁକ ଛାଡ଼ି ଜନତାଙ୍କ ବନ୍ଧୁ ହୋଇପାରିଥିବାରୁ ସେମାନଙ୍କୁ ବହୁ ଆନନ୍ଦ ଲାଗୁଥିଲା ବୋଲି କହିଥିଲେ ।

ପୁରୀ ଗସ୍ତ ସମୟରେ ଭୁବନେଶ୍ୱର ସ୍ୱତନ୍ତ୍ର ଗୁଇନ୍ଦା ସଂସ୍ଥା ଡିଏସପି ଜ୍ଞାନରଞ୍ଜନ ମହାପାତ୍ର ପୁରୀ ସିଟି ଡିଏସପି ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା