Connect with us

ଅପରାଧ

ଆତଙ୍କବାଦୀ ଲିଙ୍କରେ ଗିରଫ ହବିବୁରର ବାପାଙ୍କର ପ୍ରତିକ୍ରିୟା “ମୋ ପାଇଁ ମୋ ଦେଶ ବଡ”

ଭୁବନେଶ୍ୱର,୭ା୮ : ଆତଙ୍କବାଦୀ ଲିଙ୍କରେ ଗିରଫ ହୋଇଥିବା କେନ୍ଦ୍ରାପଡ଼ାର ଯୁବକ ହବିବୁର ରେହମାନକୁ ନେଇ ରାଜ୍ୟରେ ଏକପ୍ରକାର ଆତଙ୍କ ଖେଳିଯାଇଛି । ଓଡ଼ିଶାରେ ରହି ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା (ଏଲ୍ଇଟି)ରେ ସାମିଲ ଥିବା ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ପକ୍ଷରୁ କୁହାଯାଇଛି । ତେବେ ହବିବୁରର ଆତଙ୍କୀ ଲିଙ୍କ୍କୁ ନେଇ କିଛି ଜାଣିନଥିବା କହିଛନ୍ତି ତାଙ୍କ ପରିବାର ଲୋକେ । ଏପରିକି ହବିବୁରର ବାପା କହିଛନ୍ତି ଯେ, ଦୋଷୀ ଦଣ୍ଡ ପାଇବା ଦରକାର । ତେବେ ସେ ମୋ ପୁଅ ହେଉ ନା କାହିଁକି । ହବିବୁରଙ୍କ ବାପା ମିଣ୍ ଅଏନୁର ଉଦ୍ଦିନ୍ କହିଛନ୍ତି ଯେ, ତାଙ୍କ ପାଇଁ ଦେଶ ବଡ, ପୁଅ ନୁହେଁ । ପୁଅ ଯଦି ଦୋଷ କରିଛି ତେବେ ସେ ନିଶ୍ଚିତ ଦଣ୍ଡିତ ହେବା ଦରକାର । ତେବେ ଗତକାଲି ଗଣମାଧ୍ୟମରେ ଏପରି ଖବର ପ୍ରକାଶ ପାଇବା ପରେ ସେ ଜାଣିଥିଲେ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଆମ ଘରକୁ ହବିବୁରର ଯିବା ଆସିବା ନାହିଁ । ଶେଷଥର ପାଇଁ ସେ ୨୦୦୬ରେ ଘରକୁ ଆସିଥିଲା । ସେହିଦିନଠୁ ହବିବୁର ସହିତ ପରିବାର ଲୋକଙ୍କ କୌଣସି ସମ୍ପର୍କ ନାହିଁ । ସାଉଦି ଆରବରେ ରହିବା ବେଳେ ସେ ଆତଙ୍କବାଦୀ ଲିଙ୍କରେ ଆସିଥିବା ସନ୍ଦେହ କରିଛନ୍ତି । ସେହିପରି ହବିବୁର ଭାଇ ମଧ୍ୟ ତାଙ୍କ ବାପା ମିଣ୍ ଅଏନୁରଙ୍କ କଥାକୁ ଦୋହରାଇଛନ୍ତି । ସୂଚନାଥାଉ କି, ଆତଙ୍କବାଦୀ ଲିଙ୍କରେ ସୋମବାର ହବିବୁରକୁ ନୂଆଦିଲ୍ଲୀ ଇନ୍ଦରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କରିଥିଲା ଏନ୍ଆଇଏ । ହବିବୁରର ଘର ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡାରେ ବୋଲି ସୂଚନା ମିଳିଥିଲା । ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ସଦସ୍ୟ ନଇମ ସହ ହବିବୁରର ଲିଙ୍କ୍ ରହିଥିଲା । ଏନ୍ଆଇଏ ହବିବୁରକୁ ରିମାଣ୍ଡରେ ନେଇ ଅଧିକ ଖୋଳତାଡ କରିବାର ସମ୍ଭାବନା ଅଛି । ପ୍ରକାଶଥାଉ କି, ପୂର୍ବରୁ ପାକିସ୍ତାନୀ ଆତଙ୍କବାଦୀ ମାନଙ୍କ ସହିତ ସମ୍ପୃକ୍ତ ଥିବା ଅଭିଯୋଗରେ କଟକ ଜଗତପୁର ଅଞ୍ଚଳର ଅବଦୁଲ ରହେମାନ ନାମକ ଅନ୍ୟଜଣେ ଯୁବକକୁ କିଛିବର୍ଷ ପୂର୍ବେ ଏନ୍ଆଇଏ ଅଧିକାରୀମାନେ ଗିରଫ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ