Connect with us

ଆଞ୍ଚଳିକ

ଆଜି ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ସାଙ୍କେତିକ

ଆଜି ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା
– ଅପରାହ୍ଣ ୪ଟାରେ ରଥଟଣା
ଭୁବନେଶ୍ୱର,୧୨ ଏପ୍ରିଲ – ରାତି ପାହିଲେ ଅଶୋକାଷ୍ଟମୀ । ଏହି ଅବସରରେ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । ଏହି ଯାତ୍ରା ପାଇଁ ମନ୍ଦିର ପରିଚଳନା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ଭୋର ୫ଟାରୁ ୫ଟା ୩୦ ମଧ୍ୟରେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ ଓ ଅବକାଶ ନୀତି ସମ୍ପନ୍ନ ହେବା ପରେ ଭୋର ୫ଟା ୩୦ରୁ ୬ଟା ୩୦ ସାହାଣମେଲା ଦର୍ଶନ କରାଯିବ । ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହେବ ଏବଂ ସନ୍ଧ୍ୟା ୭ଟା ୩୦ରେ ଶ୍ରୀରାମେଶ୍ୱର ମନ୍ଦିରକୁ ବିଜେ କରିବେ ବୋଲି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ଏକ ବିବୃତି ଜରିଆରେ ସୂଚନା ଦେଇଛନ୍ତି ।
ଶ୍ରୀଶ୍ରୀ ଲିଙ୍ଗରାଜଙ୍କ ବିଭିନ୍ନ ନୀତିର ସମୟ ସୂଚୀ
– ମଙ୍ଗଳ ଆଳତୀ ଓ ଅବକାଶ ନୀତି :ଭୋର ୫ଟାରୁ ୫ଟା ୩୦
-ସାହାଣମେଲା ଦର୍ଶନ: ଭୋର ୫ଟା ୩୦ରୁ ୬ଟା ୩୦
-ରୋଷ ହୋମ ଓ ପାକ କାର୍ଯ୍ୟ: ଭୋର ୫ଟା ୩୦
-ଛାମୁ ପରିସ୍କାର: ୬ଟା ୩୦ରୁ ୭ଟା
-(କ) ମହାସ୍ନାନ (ଖ) ବେଶ (ଗ) ସୂର୍ଯ୍ୟପୂଜା (ଘ) ଦ୍ୱାରପାଳ ପୂଜା: ୭ଟାରୁ ୮ଟା
-(କ)ଶ୍ରୀଭୁବନେଶ୍ୱରୀଙ୍କ ସକାଳ ଧୂପ: ପୂର୍ବାହ୍ଣ ୯ଟା ୧୫ରୁ ୯ଟା ୪୫
-ଭୋଗ ମଣ୍ଡପ: ପୂର୍ବାହ୍ଣ ୯ଟା ୪୫ରୁ ପୂର୍ବାହ୍ଣ୧୦ଟା ୪୫
– ସୂର୍ଯ୍ୟ ପୂଜା: ପୂର୍ବାହ୍ଣ ୧୦ଟା ୪୫ରୁ ୧୧ଟା
– ଦ୍ୱାରାପାଳ ପୂଜା: ପୂର୍ବାହ୍ଣ ୧୧ଟାରୁ ୧୧ଟା ୧୫
– ମହାସ୍ନାନ: ପୂର୍ବାହ୍ଣ ୧୧ଟା ୧୫ରୁ ୧୧ଟା ୩୦
– ବେଶ: ପୂର୍ବାହ୍ଣ ୧୧ଟା ୩୦ରୁ ମଧ୍ୟାହ୍ଣ ୧୨ଟା
– ଯାତ୍ରା ପୂଜା: ମଧ୍ୟାହ୍ଣ ୧୨ଟାରୁ ୧୨ଟା ୩୦
– ଶ୍ରୀଜିଉଙ୍କ ପହଣ୍ଡି ଓ ରଥାରୁ: ଅପରାହ୍ଣ ୧୨ଟା ୩୦ରୁ ଅପରାହ୍ଣ ୧ଟା ୪୫
– ରଥରେ ପୂଜା: ଅପରାହ୍ଣ ୧ଟା ୪୫ରୁ ୪ଟା
– ରଥଟଣା ଆରମ୍ଭ: ଅପରାହ୍ଣ ୪ଟା
– ଶ୍ରୀରାମେଶ୍ୱର ମନ୍ଦିରକୁ ବିଜେ: ସନ୍ଧ୍ର‌୍ୟା ୭ଟା ୩୦
– ଶ୍ରୀଜିଉଙ୍କ ଅନ୍ୟାନ୍ୟ ନୀତି: ସନ୍ଧ୍ୟା ୭ଟା ୩୦ରୁ ଆରମ୍ଭ

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ