Connect with us

ଦେଶ

ଆଜି ଧାରା ୩୭୭ର ଶୁଣାଣି l

ଆଜି ଧାରା ୩୭୭ର ଶୁଣାଣି

ଆଜି ଧାରା ୩୭୭ର ଶୁଣାଣି
ନୂଆଦିଲ୍ଲୀ,୫ା୯ : ସୁପ୍ରିମକୋର୍ଟ ଗୁରୁବାର ଆଇପିସିର ଧାରା ୩୭୭ର ସାମ୍ବିଧାନିକ ବୈଧତାକୁ ନେଇ ଶୁଣାଣି କରିବେ । ଜୁଲାଇରେ କୋର୍ଟ ୪ ଦିନର ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ । ସୁପ୍ରିମକୋର୍ଟ ଆଇପିସିର ଧାରା ୩୭୭ ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ ଦେଇଥିବା ଯାଚିକା ଉପରେ କାଲି ନିଷ୍ପତ୍ତି ଶୁଣାଇବେ । ସହମତିରେ ସମଲିଙ୍ଗୀ ଯୌନାଚାରକୁ ଅପରାଧ ଶ୍ରେଣୀରେ ରଖୁଥିବା ଧାରା ୩୭୭ ଉପରେ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ୱାଧୀନ ପାଞ୍ଚ ସଦସ୍ୟ ବିଶିଷ୍ଟ ସମ୍ବିଧାନ ଖଣ୍ଡପୀଠ ଜୁଲାଇ ୧୦ରେ ଶୁଣାଣି ଆରମ୍ଭ କରିଥିଲେ ଏବଂ ଚାରିଦିନର ଶୁଣାଣି ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ପୀଠ ସମସ୍ତ ପକ୍ଷକାରୀଙ୍କୁ ନିଜ ନିଜର ମତ ଜୁଲାଇ ୨୦ ପର୍ଯ୍ୟନ୍ତ ଲିଖିତ ଦଲିଲ ଦେବାକୁ କହିଥିଲେ ।

ଆଶା କରାଯାଉଥିଲା ଯେ ଅକ୍ଟେବାର ୨ପୂର୍ବରୁ ଏହି ମାମଲାର ଚୂଡାନ୍ତ ରାୟ ଆସିପାରେ କାରଣ ସେହି ଦିନ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଅବସର ନେଉଛନ୍ତି । ଧାରା ୩୭୭ରେ ଅପ୍ରାକୃତିକ ଯୌନ କ୍ରିୟାକୁ ଅପରାଧ ଶ୍ରେଣୀରେ ରଖାଯାଇଛି । ଧାରା ମୁତାବକ ଯଦି କୌଣସି ବ୍ୟକ୍ତି ପ୍ରକୃତିର ବ୍ୟବସ୍ଥା ବିପରିତ କୌଣସି ପୁରୁଷ, ମହିଳା କିମ୍ବା ପଶୁ ସହିତ ଯୌନକ୍ରିୟା କରେ ତେବେ ଉକ୍ତ ବ୍ୟକ୍ତିକୁ ଆଜୀବନ କାରାବାସ କିମ୍ବା ୧୦ ବର୍ଷ ପର୍ଯ୍ୟନ୍ତ ଜେଲ କିମ୍ବା ଜୋରିମାନାର ସଜା ହୋଇପାରେ । ଏହି ବ୍ୟବସ୍ଥା ବିରୋଧରେ ଦେଶର ସର୍ବୋଚ୍ଚ ଅଦାଲତରେ ଅଳଗା ଅଲଗା ଜନହିତକର ମାମଲା ଦାୟର କରାଯାଇଥିଲା ।

ଏହିସବୁ ଯାଚିକାରେ ପରସ୍ପର ସହମତି ଭିତ୍ତିରେ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାଦ୍ ଏବଂ ଧାରା ୩୭୭କୁ ବେଆଇନ ଓ ଅସାମ୍ବିଧାନିକ ଘୋଷିତ କରିବାକୁ ଦାବି କରାଯାଇଥିଲା । ଏହି ପ୍ରସଙ୍ଗକୁ ସର୍ବପ୍ରଥମେ ୨୦୦୧ରେ ଅଣ ସରକାରୀ ସଂସ୍ଥା ନାଜ ଫାଉଣ୍ଡେସନ ଦିଲ୍ଲୀ ହାଇକୋର୍ଟରେ ଉଠାଇଥିଲେ । ହାଇକୋର୍ଟ ସହମତି ଭିତ୍ତିରେ ହେଉଥିବା ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାହାର କରି ୨୦୦୮ରେ ଉକ୍ତ ଧାରାକୁ ବେଆଇନ ଘୋଷିତ କରିଥିଲେ । ସୁପ୍ରିମକୋର୍ଟ ୨୦୧୩ରେ ହାଇକୋର୍ଟର ଏହି ନିଷ୍ପତ୍ତିକୁ ଖାରଜ କରି ଦେଇଥିଲେ ।

ସୁପ୍ରିମକୋର୍ଟ ଦେଇଥିବା ନିଜ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାୟର ୟାଚିକାକୁ ମଧ୍ୟ ଖାରଜ କରିଥିଳେ । ଏହାପରେ ସୁଧାରାତ୍ମକ ଯାଚିକା ଦାୟର କରାଯାଇଥିଲା ଯାହା ଏବେ ମଧ୍ୟ କୋର୍ଟରେ ବିଚାରାଧୀନ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ