Connect with us

ଆଞ୍ଚଳିକ

ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଆଉ ୩ଦିନ

ସାଙ୍କେତିକ

ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଆଉ ୩ଦିନ
ପୀଠରେ ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ ପକ୍ଷରୁ କ୍ଷେତ୍ର ପରିଦର୍ଶନ
ଭଦ୍ରକ, ୨୮ ଫେବୃଆରୀ  – ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା(ମହାଶିବରାତ୍ରି) ଆଉ ୩ଦିନ ବାକି ଏଥିପାଇଁ ଜିଲାର ସମସ୍ତ ବିଭାଗ ପକ୍ଷରୁ ଚାଲିଛି ପ୍ରସ୍ତୁତି ପର୍ବ । ବିଶେଷକରି ଜାଗରଯାତ୍ରା ଦିନ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ପୀଠରେ । ଏହାକୁ ଦୃ୍ଷ୍ଟିରେ ରଖି ଗୁରୁବାର ଜିଲା ପୁଲିସ ପକ୍ଷରୁ ପୀଠରେ କ୍ଷେତ୍ର ପରିଦର୍ଶନ କରାଯଇଥିଲା ।

ଏହି ପରିଦର୍ଶନରେ ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶଙ୍କ ସହ ଧାମନଗର ଏସଡିପିଓ ମନୋରଞ୍ଜନ ସାମଲ, ଆରଡି ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସ ପ୍ରମୁଖ ମନ୍ଦିର ଭିତର ଓ ବାହାର ପରିସରକୁ ଯାଂଚ କରିବ ସହିତ ଯେପରି ଆଗନ୍ତୁକ ଶ୍ରଦ୍ଧାଳୁମାନେ ଭଲଭାବେ ମଣିବାବାଙ୍କୁ ଦର୍ଶନ କରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯିବା, ଜାଗର ଦୀପ ଜାଳିବା ପାଇଁ ସ୍ଥାନ ନିରୁପଣ ଆଦି ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ । ବିଶେଷକରି ଚଳିତବର୍ଷ ଜାଗରଯାତ୍ରା ଦିନ ମନ୍ଦିର ନିକଟସ୍ଥ ଡିଅସାହି ଛକ ନିକଟରେ ଗାଡି ପାର୍କିଂ ବ୍ୟବସ୍ଥା କରାଯାଇଥିବା ଧାମନଗର ଏସଡିପିଓ ଶ୍ରୀ ସାମଲ ପ୍ରକାଶ କରିଥିଲେ । ପୀଠକୁ ଆସୁଥିବା ୪ଚକିଆ ଓ ୨ଚକିଆ ଯାନ ଭଦ୍ରକ ଆଖଣ୍ଡଳମଣି ମୁଖ୍ୟ ରାସ୍ତାର କୁଳେଇପଦା ଛକ ଠାରୁ ଗାଡିଗୁଡିକ ବାଙ୍କମୁଆଁ -ଚମ୍ପାସାହି ଓ ନାନ୍ଦପୁର ଦେଇ ମନ୍ଦିର ନିକଟସ୍ଥ ଡିଅସାହି ପାର୍କିିଂ ଷ୍ଟାଣ୍ଡରେ ରହଣି କରିବ । ଏପରିକି ପାର୍କିଂ ନିମନ୍ତେ ୨ଚକିଆ ଯାନ ନିମନ୍ତେ ୧୦ଟଙ୍କା ଓ ୪ଚକିଆ ଯାନ ନିମନ୍ତେ ୨୦ଟଙ୍କା ମହାସୁଲ ନିଦ୍ଧାରଣ କରାଯାଇଥିବା ଏସଡିପିଓ ର୍ଶୀ ସାମଲ ପ୍ରକାଶ କରିଥିଲେ ।

ଯାତ୍ରାର ୧ଦିନ ପୂର୍ବରୁ ଅର୍ଥାତ ରବିବାର ଠାରୁ ଯାତ୍ରାର ପରଦିନ ଅର୍ଥାତ ମଙ୍ଗଳବାର ପ୍ରର୍ଯ୍ୟନ୍ତ ପୀଠରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଏଥିପାଇଁ ପୁଲିସ ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ପୀଠରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ, ପୀଠକୁ ସଂଯୋଗ କରୁଥିବା ସ୍ଥଳପଥ ଓ ଜଳପଥରେ ଚଳିତ ବର୍ଷ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଧାମନଗର ଏସଡିପିଓ ଶ୍ରୀ ସାମଲ ପ୍ରକାଶ କରିଛନ୍ତି । ସେହିପରି ପୀଠରେ ଥିବା ସମସ୍ତ ସାହି ଓ ବଜାର ରାସ୍ତାରେ ମଧ୍ୟ ଚଳିତବର୍ଷ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ପାଇଁ ନିଷ୍ପତି ନିଆଯାଇଛି ।

ଭଦ୍ରକ-ଆରଡି ମୁଖ୍ୟ ରାସ୍ତା ସହ ଯାଜପୁର-ଆରଡି, ମତୋ-ଚାନ୍ଦବାଲି-ଆରଡି ରାସ୍ତାରେ ୨୪ ଘଂଟିଆ ପ୍ରେଟୋଲିଂ ବ୍ୟବସ୍ଥା ସହ ବିଭିନ୍ନ ବଜାର ଓ ଛକରେ ଟ୍ରାଫିକ୍ ବ୍ୟବସ୍ଥା କରାଯିବ ବୋଲି ପୁଲିସ ପକ୍ଷରୁ ପ୍ରକାଶ ପାଇଛି । ଅନ୍ୟପଟେ ପୀଠକୁ ସଯୋଗ କରୁଥିବା ମୁଆଁ. ଧାନଖଣିଆ ଓ ତିନିତର ନଦୀଘାଟରେ ବ୍ୟାପକ ପୁଲିସ ମୃତ୍ୟୟନ କରାଯିବା ସହିତ ନଦୀରେ ୨୪ଘଂଟିଆ ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗ ପକ୍ଷରୁ ପଇଁତରା ଦିଆଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏପରିକି ଗୋଟିଏ ଡଙ୍ଗାରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ଯାତ୍ରୀ ଯେପରି ଜଳଯାତ୍ରା ନକରିବେ ସେଥିପାଇଁ ସମସ୍ତ ଘାଟିଆମାନଙ୍କୁ ନଟକା ଜାରି କରାଯାଇଛି । ଏଥିପାଇଁ ପୀଠରେ ଜଣେ ଏ ଏସ.ପିଙ୍କ ସହ ୪ଜଣ ମ୍ୟାଜଷ୍ଟ୍ରେଟ, ୪ଜଣ ଡିଏସ.ପି, ୫ଜଣ ଏସଡିପିଓ, ୯ଜଣ ଇନସିପେକ୍ଟର, ୨୫ଜଣ ସବଇନସିପେକ୍ଟର, ୫୬ଜଣ ଏସଆଇ, ୩୦ ସେକ୍ସନ ଫୋର୍ସ, ୬ଜଣ ଟ୍ରାଫିକ ପୁଲିସ, ୪୦ଜଣ ମହିଳା ପୁଲିସଙ୍କ ସହ ହାବିଲିଦାର ଓ ହୋମଗାର୍ଡ ନିୟୋଜିତ ରହିବେ ।

ଏପରିକି ଭକ୍ତମାନଙ୍କ ଭିଡକୁ ଲଖ୍ୟ କରି ଚଳିତ ବର୍ଷ ମନ୍ଦିର ଭିତର ଓ ବାହାରେ ସସିଟିଭି କ୍ୟାମେରା ଲଗାଯିବା ସହିତ ଭିଡ ସ୍ଥାନଗୁଡିକରେ ଅସାମିଜକ ବ୍ୟକ୍ତିଙ୍କ କାର୍ଯ୍ୟ କଳାପ ଉପରେ ତିକ୍ଷଣ ନଜର ରଖିବା ପଇଁ ସାଧା ପୋଷାକ ଧାରୀ ପୁଲିସ ନିୟୋଜିତ କରାଯିବ ବୋଲି ପୁଲିସ ପକ୍ଷରୁ ପ୍ରକାଶ ପାଇଥିଲା । ଏହାସହ ପୀଠରେ ନିଶାଦ୍ରବ୍ୟ ଉପରେ କଟକଣା ଜାରି କରାଯିବା ସହ ଗୁଇନ୍ଦା ବିଭାଗ ପକ୍ଷରୁ ଜାଗରଯାତ୍ରାର ସମସ୍ତ କାର୍ଯ୍ୟ ଉପରେ ତଦାରଖ କରାଯିବ ବୋଲି ଏଏସପି ଶ୍ରୀ ଦାଶ ପ୍ରକାଶ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ