Connect with us

ଦେଶ

ଅଶୋକ ଗେହେଲଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ସାଙ୍କେତିକ ଚିତ୍ର

ଅଶୋକ ଗେହେଲଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୪ା୧୨ : ତିନୋଟି ରାଜ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ବିଜୟୀ ହେବା ପରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଅଙ୍କକଷା ଚାଲିଥିଲା । ଆଜି ଏହାର ଅନ୍ତ ଘଟିଛି । ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ମଧ୍ୟପ୍ରଦେଶରେ କମଲନାଥଙ୍କ ନାମରେ ମୋହର ଲାଗିବା ପରେ ଏବେ ରାଜସ୍ଥାନରେ ନିଷ୍ପତ୍ତି ସାମ୍ନାକୁ ଆସିଛି । ବହୁ ଲମ୍ବା ସମୟ ଧରି ଅପେକ୍ଷା କରିବା ପରେ ଏବେ ଅଶୋକ ଗେହେଲଟଙ୍କୁ ରାଜ୍ୟର ଶାସନ ଭାର ଦିଆଯାଇଛି ଏବଂ ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିୟୋଜିତ କରାଯାଇଛି ।

ସୂଚନାନୁଯାୟୀ, ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ବ୍ୟତୀତ ରାଜସ୍ଥାନର କଂଗ୍ରେସ ଅଧ୍ୟକ୍ଷ କରାଯାଇଛି । ଏହି ସମୟରେ ଜୟପୁରରେ କଂଗ୍ରେସ ମୁଖ୍ୟାଳୟ ବାହାରେ ଏକ ଗଣମାଧ୍ୟମ ସମ୍ମିଳନୀ ଡକାଯାଇଥିଲା । ପ୍ରେସ କନଫରେନ୍ସ ସମୟରେ ପାଇଲଟ ଏବଂ ଗେହଲଟ ରାହୁଲ ଗାନ୍ଧିଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଗଣମାଧ୍ୟମକୁ ସୂଚନା ଦେଇ ସଚିନ ପାଇଲଟ କହିଛନ୍ତି ଯେ, ରାଜସ୍ଥାନରେ କଂଗ୍ରେସର ଯାଦୁ କାମ କରିଛି । ଗତ ପାଞ୍ଚବର୍ଷ ଧରି ଆମେ ଯେଉଁ ପରିଶ୍ରମ କରିଛୁ ତାହାର ଫଳ ଆମକୁ ଜନତା ଦେଇଛନ୍ତି । ତେଣୁ ମୁଁ ଜନତାଙ୍କୁ ବିଶ୍ୱାସ ଦେଉଛି ଯେ, ଆମେ ସର୍ବଦା ଜନତାଙ୍କୁ କଥା ଦେଇଥିବା କାମରେ କେବେ ପଛକୁ ହଟିବୁ ନାହିଁ ।

ଏହି ଅବସରରେ ଅଶୋକ ଗେହେଲଟ କହିଛନ୍ତି କି, ଆମେ ରାହୁଲ ଗାନ୍ଧିଙ୍କ ଶାସନ ଅନୁରୂପ ସୁଶାସନ ଚଳାଇବୁ । ଲୋକଙ୍କ ନିକଟରେ କରିଥିବା ପ୍ରତିଜ୍ଞାକୁ ପୂରଣ କରିବୁ । ଲୋକ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତାହାକୁ ଦୂର କରିବୁ । ବିଜେପି ସରକାରଙ୍କ ସମୟରେ ବହୁ ବଡ ବଡ ପ୍ରୋଜେକ୍ଟର କାମ ଅଟକି ରହିଥିଲା ତାହାକୁ ଆମେ ପୂରଣ କରିବୁ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ