Connect with us

ଦେଶ

ଅରିହନ୍ତ ସ୍ଥାପନ କଲା ନୂଆ କୀର୍ତ୍ତିମାନ

ସାଙ୍କେତିକ ଚିତ୍ର

ଅରିହନ୍ତ ସ୍ଥାପନ କଲା ନୂଆ କୀର୍ତ୍ତିମାନ
ନୂଆଦିଲ୍ଲୀ,୫ା୧୧ : ଆଣବିକ କ୍ଷମତା ସମ୍ପନ୍ନ ବୁଡାଜାହାଜ (ସବମେରିନ) ଆଇଏନ୍ଏସ୍ ଅରିହନ୍ତ ସଫଳତା ପୂର୍ବକ ପାଟ୍ରୋଲ ମିଶନ ଆଜି ଶେଷ କରିବା ସହ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଏକ କୀର୍ତ୍ତିମାନ ସ୍ଥାପନ କରିଛି । ବୁଡାଜାହାଜ ଅରିହନ୍ତର ଏହି ପାଟ୍ରୋଲ ମିଶନ ଅତ୍ୟନ୍ତ ଗୋପନୀୟତାର ସହ ଆୟୋଜନ କରାଯାଇଥିଲା । ବୁଡାଜାହାଜ ଅରିହନ୍ତର ଏହି ସଫଲତା ପରେ ଏବେ ଭାରତ ଜଳ, ସ୍ଥଳ ଓ ଆକାଶ ପଥରୁ ଶତ୍ରୁପକ୍ଷ ଉପରକୁ ଆଣବିକ ଅସ୍ତ୍ର ନିକ୍ଷେପଣ କରିପାରିବାର କ୍ଷମତା ରଖୁଛି ।

ସୂଚନାଥାଉ କି, ଆଇଏନ୍ଏସ୍ ଅରିହନ୍ତ ହେଉଛି ଦେଶର ସର୍ବପ୍ରଥମ ଆଣବିକ କ୍ଷମତା ସମ୍ପନ୍ନ ବୁଡାଜାହାଜ । ଆବଶ୍ୟକ ସ୍ଥଳେ ସମୁଦ୍ର ଗର୍ଭରେ ଥାଇ ସୁଦ୍ଧା ଅରିହନ୍ତରୁ ଶତ୍ରୁପକ୍ଷ ଉପରକୁ ଆଣବିକ ଅସ୍ତ୍ର ନିକ୍ଷେପଣ କରାଯାଇ ପାରିବ । ଆଇଏନ୍ଏସ୍ ଅରିହନ୍ତ ଭାରତୀୟ ନୌସେନାରେ ସାମିଲ ହୋଇ ସଫଳତାର ସହ ପାଟ୍ରୋଲ ମିଶନ ଶେଷ କରିବା ପରେ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ହେବା ସହ ଦେଶର ଜଳ ସୀମା ଅଧିକ ସୁରକ୍ଷିତ ହୋଇପାରିଛି । କାରଣ ସମୁଦ୍ର ଗର୍ଭ ମଧ୍ୟରେ ଥାଇ ଅରହିନ୍ତ ଶତ୍ରୁପକ୍ଷର ଜାହାଜକୁ ଚିହ୍ନଟ କରିବା ସହ ତା’ ଉପରେ ଆକ୍ରମଣ କରିବା ପାଇଁ କ୍ଷମତା ରଖିଛି । ଏବେ ଭାରତ ଜଳ, ସ୍ଥଳ ଓ ଆକାଶ ପଥରୁ ଶତ୍ରୁପକ୍ଷ ଉପରେ ଆଣବିକ ଅସ୍ତ୍ର ନିକ୍ଷେପଣ କରିପାରିବାର କ୍ଷମତା ରଖୁଛି ।

ତେବେ, ଭାରତ ନିଜର ପ୍ରତିଶ୍ରୁତି ମୁତାବକ ପ୍ରଥମେ ନିଜ ତରଫରୁ କୌଣସି ଦେଶ ଉପରେ ବି ଆଣବିକ ଆକ୍ରମଣ କରିବ ନାହିଁ । ତେବେ, ଶତ୍ରୁ ଦେଶ ପକ୍ଷରୁ ଯଦି ଆକ୍ରମଣ ହୁଏ, ତେବେ ଭାରତ ତାହାର ଜବାବ ଆଣବିକ ଅସ୍ତ୍ରରେ ଦେବ । ଆଇଏନ୍ଏସ୍ ଅରିହନ୍ତର ପାଟ୍ରୋଲ ମିଶନର ସଫଳତା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଏହି ମିଶନ ସହ ସମ୍ପୃକ୍ତ ସମସ୍ତ କର୍ତ୍ତୃପକ୍ଷଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । କାରଣ ଅରିହନ୍ତର ଏହି ସଫଳତା ଦେଶର ସୁରକ୍ଷାକୁ ସଶକ୍ତ କରିବା ସହ କୌଣସି ବି ଶତ୍ରୁକୁ ଭାରତ ଆଡକୁ ଆଡ ଆଖିରେ ଚାହିଁବାକୁ ବି ସୁଯୋଗ ଦେବେ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଇଏନ୍ଏସ ଅରିହନ୍ତ ଶହେକୋଟି ଭାରତୀୟଙ୍କ ପାଇଁ ସୁରକ୍ଷା ଯୋଗାଉଛି । ଏହା ଆମ ପାଇଁ ବହୁତ ବଡ ଉପଲବ୍ôଧ । ଏହା ଭାରତ ଶତ୍ରୁ ଓ ଶାନ୍ତିର ଶତ୍ରୁ ପାଇଁ ଖୋଲା ଚ୍ୟାଲେଞ୍ଜ ଦେଉଛି ଯେ, ଆମ ସହିତ କେହି ଦୁଃସାହସ କରନ୍ତୁ ନାହିଁ । ଅରିହନ୍ତ ନ୍ୟୁକ୍ଲିୟର ବ୍ଲାକମେଲଙ୍କ ପାଇଁ ଜବାବ ଅଟେ ।

ସେହିପରି ଚୀନ୍ ଓ ପାକିସ୍ତାନ ନାମ ନନେଇ କହିଛନ୍ତି ଯେ, ଆମ ପଡୋଶୀ ଦେଶରେ ପରମାଣୁ ଅସ୍ତ୍ର ଶସ୍ତ୍ର ବୃଦ୍ଧି ପାଉଛି । ଏସବୁ ମଧ୍ୟରେ ଦେଶରେ ବିଶ୍ୱସନୀୟତା ପରମାଣୁ କ୍ଷମତା ସମ୍ପନ୍ନ ଅସ୍ତ୍ରଶସ୍ତ୍ର ଜରୁରୀ ଅଟେ । ଅରିହନ୍ତ ଜରିଆରେ ଆମେ ଅନେକ ପ୍ରକାର ଚ୍ୟାଲେଞ୍ଜର ମୁକାବିଲା ପାଇଁ ସକ୍ଷମ ହେବୁ ଏବଂ କଡା ଜବାବ ମଧ୍ୟ ଦେଇପାରିବୁ । ଅରିହନ୍ତ ଆଗାମୀ ଦିନରେ ଭାରତ ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଭାରତ କାହାରିକୁ ହଇରାଣ କରେ ନାହିଁ, ମାତ୍ର ଯଦି କେହି ଭାରତକୁ ହଇରାଣ କରେ ତେବେ ତାକୁ ଅରିହନ୍ତ ଛାଡେ ନାହିଁ ।

ଆମର ପରମାଣୁ ପ୍ରସାର ଆକ୍ରମଣର ଅଂଶ ନୁହେଁ, ମାତ୍ର ସୁରକ୍ଷାର ଉପକରଣ । ଶାନ୍ତି, ସୁରକ୍ଷା ଓ ସ୍ଥିରତା ପାଇଁ ଆମର ପରମାଣୁ କ୍ଷମତା ବହୁତ ମହତ୍ୱ ରଖିଥାଏ ବୋଲି ମୋଦି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ