Connect with us

ଦେଶ

ଅଯୋଧ୍ୟା ମାମଲା : ୫ ଜଣିଆ ସାମ୍ବିଧାନିକ ପୀଠ ଗଠିତ

ସାଙ୍କେତିକ

ଅଯୋଧ୍ୟା ମାମଲା : ୫ ଜଣିଆ ସାମ୍ବିଧାନିକ ପୀଠ ଗଠିତ
ନୂଆଦିଲ୍ଲୀ,୮ା୧ : ଅଯୋଧ୍ୟା ରାମ ଜନ୍ମଭୂମି ଏବଂ ବାବ୍ରି ମସ୍ଜିଦ୍ ଜମି ବିବାଦ ମାମଲାର ଶୁଣାଣି ପାଇଁ ମଙ୍ଗଳବାର ସୁପ୍ରିମକୋର୍ଟ ୫ ଜଣିଆ ବିଚାରପତିଙ୍କ ଏକ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିଛନ୍ତି । ଏହି ପୀଠ ଜାନୁଆରୀ ୧୦ରୁ ମାମଲାର ଶୁଣାଣି କରିବ । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏହି ପୀଠର ନେତୃତ୍ୱ ନେବେ । ତାଙ୍କ ସହ ବିଚାରପତି ଜଷ୍ଟିସ୍ ଏସ୍.ଏ.ବୋଡ୍ଡେ, ଜଷ୍ଟିସ୍ ଏନ୍.ଭି.ରମନ୍ନା, ଜଷ୍ଟିସ୍ ୟୁ ୟୁ ଲଳିତ ଏବଂ ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ ଏହି ପୀଠରେ ଅଛନ୍ତି । ଏହି ମାମଲାରେ ତ୍ୱରିତ ଶୁଣାଣି ପାଇଁ ଦାବି ହୋଇ ଆସୁଛି । ଗତ ୬ ତାରିଖ ଶୁଣାଣିରେ ସୁପ୍ରିମକୋର୍ଟ ମାମଲାର ଆଗାମୀ ଶୁଣାଣି ପାଇଁ ଜାନୁଆରୀ ୧୦ ତାରିଖକୁ ଧାର୍ଯ୍ୟ କରିଥିଲେ ଓ ୫ ଜଣିଆ ଖଣ୍ଡପୀଠ ଗଠନ କରିବାକୁ କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ