Connect with us

ଦେଶ

ଅଭିନୟରେ ରାବଣ କିନ୍ତୁ କାମ ଭଗବାନଙ୍କ ଭଳି

NBT

ଅମୃତସର,୨୦।୧୦: ଅଭିନୟରେ ରାବଣ କିନ୍ତୁ କାମ କରିଗଲେ ଭଗବାନଙ୍କ ଭଳି । ବିଜୟା ଦଶମୀରେ ଆୟୋଜିତ ହୋଇଥିବା ରାବଣପୋଡ଼ି ଉତ୍ସବରେ ରାବଣ ଭୂମିକାରେ ଅଭିନୟ କରିଥିବା ଅମୃତସରର ଦଲବୀର ସିଂ ଅଭିନୟ ସାରି ଘରକୁ ଫେରୁଥିବା ସମୟରେ ଟ୍ରେନର ଶବ୍ଦ ଶୁଣିପାରି ଘରକୁ ନଫେରି ଲୋକଙ୍କୁ ରେଳ ଧାରଣା ଉପରୁ ହଟେଇବାକୁ ଦୌଡ଼ିଥିଲେ । କିନ୍ତୁ ସେ ଲୋକଙ୍କୁ ହଟାଉ ହଟାଉ ଟ୍ରେନ ତଳେ ଆସିଗଲେ । ଏବେ ତାଙ୍କର ୮ ବର୍ଷର ଝିଅ ଓ ପତ୍ନୀ ଦଲବୀରଙ୍କୁ ହରାଇ ଏକେଲା ହୋଇ ଯାଇଛନ୍ତି ।

ମା’ଙ୍କ ଆଖିରୁ ଲୁହ ଶୁଖୁନି । ତେବେ ଘଟଣାର ଯାଞ୍ଚ ସହ ଦଲବୀରଙ୍କ ପରିବାରକୁ ଥଇଥାନ କରିବାକୁ ଦାବି କରିଛନ୍ତି ତାଙ୍କ ମାଆ । ସୂଚନାଯୋଗ୍ୟ ଯେ , ଶୁକ୍ରବାର ରାବଣ ପୋଡି ଅବସରରେ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬୧ ଜଣଙ୍କ ମଧ୍ୟରେ ରାବଣ(ଦଲବୀର ସିଂ) ହେଉଛନ୍ତି ଅନ୍ୟତମ । ଏଥିରେ ୬୧ ଜଣ ମୃତ୍ୟୁବରଣ କରିସାରିଥିବା ବେଳେ ୧୧୩ ଜଣ ଗୁରୁତର ଆହତ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ