Connect with us

ଅପରାଧ

ଅପମିଶ୍ରଣ ସାମଗ୍ରୀର କେନ୍ଦ୍ରସ୍ଥଳ କଟକ ସହର

ସାଙ୍କେତିକ ଚିତ୍ର

ଅପମିଶ୍ରଣ ସାମଗ୍ରୀର ଉତ୍ପାଦନ କେନ୍ଦ୍ରସ୍ଥଳରେ ପରିଣତ କଟକ ସହର
ଭୁବନେଶ୍ୱର :- ରୂପା ତାରକସି କାରୁକାର୍ଯ୍ୟ ପାଇଁ କଟକ ସହର ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତିଲାଭ କରିଥିବା ବେଳେ ବର୍ତମାନ ଏହି ସହର ଅପମିଶ୍ରଣ ସାମଗ୍ରୀର ଉତ୍ପାଦନର କେନ୍ଦ୍ରସ୍ଥଳରେ ପରିଣତ ହେବାକୁ ଯାଉଛି । କଟକ ସହର ଉପକଂଠରେ ଥିବା ଜଗତପୁର ଶିଳ୍ପାଂଚଳର ଭୈରବପୁରଠାରେ ନକଲି ମୋବିଲ (ଇଂଜିନ ଅଏଲ) ଉତ୍ପାଦନ ହେବାର ଠାବ କରାଯାଇଛି ।

କମିଶନରେଟ୍ ପୋଲିସ ପକ୍ଷରୁ ଚଢ଼ଉ କରାଯିବା ସମୟରେ ଏହି ଠାବ ହୋଇଛି । ଦୁଇଜଣଙ୍କୁ ଏ ସମ୍ପର୍କରେ ଅଟକ ରଖାଯାଇଛି । ୩୦ ହଜାରରୁ ଅଧିକ ଲିଟର ଇଂଜିନ ଅଏଲ ଜବତ ମଧ୍ୟ କରାଯାଇଛି । ଏହି ତେଲ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ରାସାୟନିକ ସାମଗ୍ରୀ, ରଙ୍ଗ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ନିକଟ ଅତୀତରେ ଜଗତପୁର ଅଂଚଳରେ ନକଲି ସିମେଂଟ ପ୍ରସ୍ତୁତ କାରଖାନା ଠାବ କରାଯାଇଥିଲା ଏବଂ ନକଲି ସିମେଂଟ ମଧ୍ୟ ଜବତ କରାଯାଇଥିଲା । ଏହି ନକଲି ତେଲ ପ୍ରସ୍ତୁତ ହେଉଥିବା ସମ୍ପର୍କରେ ସଂକେତ ପାଇ ଜଗତପୁର ଥାନା ଇନସପେକ୍ଟର ଓ ଏସିପି ବିରଂଚି ପତି ସଦଳବେଳେ ଚଢ଼ାଉ କରି ଏହାକୁ ଧରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ