Connect with us

ଦେଶ

ଅଗଷ୍ଟା ୱେଷ୍ଟଲାଣ୍ଡ ମାମଲା

ସାଙ୍କେତିକ ଚିତ୍ର

ଅଗଷ୍ଟା ୱେଷ୍ଟଲାଣ୍ଡ ମାମଲା
ପାଞ୍ଚଦିନିଆ ରିମାଣ୍ଡରେ ମିସେଲ
ନୂଆଦିଲ୍ଲୀ,୫ା୧୨ : ଭିଭିଆଇପି ହେଲିକପ୍ଟର କ୍ରୟ ପାଇଁ ଇଟାଲୀ କମ୍ପାନୀ ଅଗଷ୍ଟା ୱେଷ୍ଟଲାଣ୍ଡ ସହିତ ରାଜିନାମାରେ ହୋଇଥିବା ଅନିୟମିତତା ମାମଲାରେ ମଧ୍ୟସ୍ଥ କ୍ରିଷ୍ଟିୟାନ ମିସେଲଙ୍କୁ ବୁଧବାର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା । ଏହାପରେ କୋର୍ଟ ମିସେଲଙ୍କୁ ପାଞ୍ଚଦିନିଆ ସିବିଆଇ ରିମାଣ୍ଡରେ ପଠାଇ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘଦିନର ଉଦ୍ୟମ ପରେ ମଙ୍ଗଳବାର ରାତିରେ ମିସେଲଙ୍କୁ ଦୁବାଇରୁ ଭାରତ ଅଣାଯାଇଥିଲା । ଏହାପରେ ରାତିସାରା ତାଙ୍କୁ ସିବିଆଇ ମୁଖ୍ୟାଳୟରେ ରଖାଯାଇଥିଲା ।

ବୁଧବାର ଅପରାହ୍ନରେ କୋର୍ଟରେ ହାଜର ହେବା ପୂର୍ବରୁ ସିବିଆଇ ଅଧିକାରୀ ତାଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲେ । ମିସେଲଙ୍କୁ ପଟିଆଲା କୋର୍ଟରେ ହାଜର କରିବା ସମୟରେ ସିବିଆଇ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ଡିପି ସିଂହ ହାଜର ହୋଇଥିଲେ । ଅଧିକ ଜେରା ପାଇଁ ମିସେଲଙ୍କୁ ସିବିଆଇ ରିମାଣ୍ଡରେ ପଠାଇବାକୁ ସେ ଦାବି କରିଥିଲେ । ଏହାପରେ କୋର୍ଟ ପାଞ୍ଚ ଦିନିଆ ରିମାଣ୍ଡରେ ନେବାକୁ ଆଦେଶ ଦେଇଥିଲେ । ମିସେଲଙ୍କ ପକ୍ଷରୁ ଓକିଲ ଏଲଜୋ ଯୋଶେଫ ହାଜର ହୋଇଥିଲେ । ଏବେ ଜେରା ପରେ ଏହି ମାମଲାରେ ବଡ ଖୁଲାସା ହେବ ବୋଲି ଆଶା କରାଯାଉଛି । ପଚରାଉଚରା ସମୟରେ ମିସେଲ ଅନେକ ବଡ ବଡ ଅଧିକାରୀଙ୍କ ନାମ ମଧ୍ୟ ଜଣାଇ ପାରନ୍ତି, ଯିଏ ଏହି ଘୋଟାଲାରେ ସାମିଲ ଥିଲେ ।

ଅଭିଯୋଗ ମୁତାବକ ଅଗସ୍ତା ୱେଷ୍ଟଲାଣ୍ଡରୁ ମିସେଲଙ୍କୁ ଲାଞ୍ଚ ଆକରରେ ୨୨୫ କୋଟି ଟଙ୍କା ମିଳିଥିଲା । ମିସେଲ ନିଜର ଦୁବାଇ କମ୍ପାନୀ ଗ୍ଲୋବାଲ ସର୍ଭିସେସ୍ ଜରିଆରେ ଏହି ଅର୍ଥକୁ ନେଇଥିଲେ । ମିସେଲଙ୍କ ପ୍ରତ୍ୟର୍ପଣର ପୂରା ପ୍ରକ୍ରିୟା ଅତ୍ୟନ୍ତ ଗୋପନୀୟ ଥିଲା । ମିସେଲଙ୍କୁ ଭାରତ ଆଣିବା ପାଇଁ ଯେଉଁ ଅପରେସନ କରାଯାଇଥିଲା ତାହା ବହୁତ ଗୋପନୀୟ ଥିଲା । ଏହି ଅପରେସନର ନାମ ୟୁନିକ୍ରନ ରଖାଯାଇଥିଲା । ଏହାର ଦାୟିତ୍ୱ ନେଇଥିଲେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଏହି ଅପରେସନକୁ ଇଣ୍ଟରପୋଲ ଓ ସିଆଇଡି ମିଳିତ ଭାବେ ଚଲାଇଥିଲେ । ‘ମିଶନ ମିସେଲ’କୁ ସଫଳ କରିବା ପାଇଁ ସିବିଆଇର ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ଏନ୍ ନାଗେଶ୍ୱର ରାଓଙ୍କ ସମ୍ପର୍କରେ ଥିଲେ ।

ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଶାସନ ସମୟରେ ୨୦୧୦ ଫେବୃଆରୀ ୮ରେ ସ୍ଥିର ହୋଇଥିବା ଏହି ରାଜିନାମାରେ ୫୪ ବର୍ଷୀୟ ବ୍ରିଟିଶ ନାଗରିକ ମିସେଲଙ୍କ ଭୂମିକା ତିନିଜଣ ମଧ୍ୟସ୍ଥି ମଧ୍ୟରେ ଥିଲା । ସିବିଆଇ ଓ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାରେ ଅନ୍ୟ ଦୁଇ ମଧ୍ୟସ୍ଥି ଗାଇଡୋ ହାସେକ ଓ କାର୍ଲୋ ଗେରୋସାଙ୍କୁ ମଧ୍ୟ ଅଭିଯୁକ୍ତ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ